ସମ୍ବଲପୁର( ବିପ୍ଲବୀ ପରିକ୍ରମା ):- ସମ୍ବଲପୁରରେ ଏଥର ହେଭିୱେଟଙ୍କ ଲଢେଇ । ମୁହାଁମୁହିଁ ହେବେ କେନ୍ଦ୍ରମନ୍ତ୍ରୀ ଆଉ ବିଜେଡି ସାଙ୍ଗଠନିକ ସମ୍ପାଦକ । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇସାରିଥିବାବେଳେ, ଆଜି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।
ତେଣୁ ଏଥର ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ମୁହାଁମୁହିଁ ହେବା ପକ୍କା ହେଇଛି । ଗତ କିଛି ମାସ ହେଲା ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ସମ୍ବଲପୁର ଗସ୍ତ କରୁଥିଲେ । ସେଠାରେ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା ଚଳାଇଥିଲେ । ତେଣୁ ଏଠାରୁ ସେ ପ୍ରାର୍ଥୀ ହେବା ପକ୍କା ବୋଲି କୁହାଯାଉଥିଲା । ଆଉ ଅନୁମାନକୁ ସତ କରି ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଥିଲେ । ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ରହିଥିଲେ । ତେଣୁ ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ବିଜେଡି ଏଠାରେ ନିଜର ସାଙ୍ଗଠନିକ ସମ୍ପାଦକଙ୍କୁ ଆଗକୁ ଆଣିଛି ବୋଲି କୁହାଯାଉଛି ।