କରଞ୍ଜିଆ ବନଖଣ୍ଡକୁ ପ୍ରବେଶକଲେ ୨୮ ଟିକିଆ ହାତୀପଲ, ଆତଙ୍କିତ ଅଞ୍ଚଳବାସୀ  

0

ମୟୁରଭଞ୍ଜ, କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷ ତମାମ ହାତୀଙ୍କ ଯିବା ଆସିବା ଲାଗିରହିଛି. ଅନେକ ସମୟରେ ହାତୀ ଓ ମଣିଷ ଭିତରେ ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷରେ କେତେ ବେଳେ ହାତୀ ଜୀବନ ଯାଉଛି ତ କେତେବେଳେ ମଣିଷର । ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟର ଅନୁସନ୍ଧାନରେ ହାତୀ ମାନେ ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି । କିଛିଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡ କୁ ୨୮ ଟିକିଆ ହାତୀପଲ ପ୍ରବେଶ କରିଥିବା ଦେଖିବାକୁ ମିଳିଛି . ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ ହାତୀପଲ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ଗ୍ରାମ ଜଙ୍ଗଲରେ ପହଞ୍ଚିଥିଲେ , ଆସିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ , ହାତୀ ଆସିବା ଦ୍ଵାରା ଆଖପାଖ ୧୫ରୁ୨୦ଟି ଗାଁ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ,ବର୍ତ୍ତମାନ ସମୟରେ ବିଲରେ ଧାନ ଚାଷ ଅମଳର ଦିନ ଥିବାରୁ ଚାଷୀମାନେ ଏବେ ଚିନ୍ତାରେ , ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖିବାକୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ଏକ ଦଳ ଘଟଣା ସ୍ଥଳକୁ ପହଞ୍ଚିଥିଲେ , ତେବେ ଘଟଣା ସ୍ଥଳରେ ନିୟୋଜିତ ରହିଥିଲେ ମଧ୍ୟ ସେମାନଙ୍କ ଗତିବିଧି ବଦଳୁ ଥିବାରୁ ବନକର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡୁଛି, ଅନ୍ୟ ପକ୍ଷରେ ଏ ଅଞ୍ଚଳରୁ ହାତୀ ମାନଙ୍କୁ ବନବିଭାଗ ଘୋଉଡେଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here