ହାଇଟେକ୍ ବିସ୍ଫୋରଣ : ସରୁନି ଡ୍ରାମା 

0

 ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ହାଇଟେକ୍ ମେଡ଼ିକାଲ,ବିସ୍ଫୋରଣ ଟ୍ରାଜେଡ଼ିରେ ଲାଗୁନି ବ୍ରେକ । ଗୋଟିଏ ପରେ ଗୋଟିଏ ନୂଆ ଅଘଟଣକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଏବେ ଗୋଲକଧନ୍ଦାରେ । ନିଜକୁ ଦିଲୀପ,ସାମନ୍ତରାୟ କହୁଥିବା ବ୍ୟକ୍ତିଜଣକ ଆଖି ବୁଜିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର,ମୃତ୍ୟୁ ହୋଇଥିବା ନେଇ,ହାଇଟେକ୍‌ ମେଡିକାଲ କର୍ତ୍ତୃପକ୍ଷ ଦେଇଛନ୍ତି ସୂଚନା ।

ଅନ୍ୟପଟେ,ଦିଲୀପଙ୍କ ପରିବାର ଲୋକେ ଯେଉଁ ମୃତଦେହର ଅନ୍ତିମ ସତ୍କାର କରିଛନ୍ତି ତା’ ଉପରୁ ଏଯାଏଁ ପରଦା ହଟିନଥିବାବେଳେ ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଏବେ ଘଟଣାକୁ ରୋଚକ କରିଦେଇଛି । ଏବେ ମୃତଦେହ କାହାକୁ ହସ୍ତାନ୍ତର କରିବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ମୃତଦେହକୁ ନେଇ ବିବାଦ ଦେଖାଦେବା ପରେ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଜୀବୀତ ଥିବା ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ କରିବା ନିମନ୍ତେ ପୁଲିସ୍‌ ନିକଟରେ ଅପିଲ କରିଥିଲେ। ତେବେ ଆଜି ତାଙ୍କ ମୃତ୍ୟୁ ପରେ ମୃତଦେହ କାହାକୁ ହସ୍ତାନ୍ତର କରାଯିବ, ନା ଡିଏନଏ ଟେଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର। ଏପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇ ଆମକୁ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ବୋଲି ଦାବି କରିଛନ୍ତି ।

ଗତ ୨୯ ତାରିଖରେ ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ଘଟିଥିବା ବିସ୍ଫୋରଣରେ ୪ ଗୁରୁତର ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ବିସ୍ଫୋରଣରେ ଗୁରୁତର ହୋଇ ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଜଣକ ଗତ ଗୁରୁବାର ରାତିରେ ନିଜ ପରିଚୟ ଜ୍ୟୋତି ରଞ୍ଜନ ମଲ୍ଲିକ ନୁହେଁ ବରଂ ଦିଲୀପ ସାମନ୍ତରାୟ କହିବାପରେ ଆରମ୍ଭ ହୋଇଥିଲା ହାଇଡ୍ରାମା। ଗତ ୬ ଦିନ ହେବ ଯେଉଁ ବ୍ୟକ୍ତିଙ୍କୁ ନିଜ ପୁଅ ଜ୍ୟୋତି ବୋଲି ଭାବୁଥିଲେ ସେମାନଙ୍କର ପରିବାର ଲୋକେ , ଏହା ଶୁଣି ସେମାନଙ୍କୁ ଲାଗିଥିଲା ଶକ୍ତ ଝଟକା । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜଟଣି ଅନ୍ତର୍ଗତ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଗତ ୩୦ ତାରିଖରେ ତାଙ୍କ ବିୟୋଗ ହୋଇଥିବା ଖବର ପାଇବା ପରେ ନୂଆବର୍ଷ ଦିନ ଆତ୍ମହତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ ।

ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିବା ସହ ଦଶାହ କର୍ମ ପାଇଁ ଗଙ୍ଗା କାର୍ଡ ଛପା ସରିଛି। ହେଲେ ପରେ ଦିଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଥିଲେ। ଏହାସତ୍ତ୍ୱେ ବି ଭେଣ୍ଟିଲେଟରରେ ଥିବା ଦିଲୀପ ନାମକ ବ୍ୟକ୍ତି ସୁସ୍ଥ ହେଉଥିବା ମେଡିକାଲ ପକ୍ଷରୁ କୁହାଯାଉଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ନୂଆ ଆଶା ଦେଖାଦେଇଥିଲା। ହେଲେ ଏବେ ହଠାତ୍‌ ତାଙ୍କ ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରି ପାରୁ ନାହାନ୍ତି। ମେଡିକାଲ କର୍ତ୍ତୃପକ୍ଷ ହିଁ ତାଙ୍କୁ ହତ୍ୟା କରିଥିବା ସେମାନେ ସାଂଘାତିକ ଅଭିଯୋଗ କରିଛନ୍ତି। ତେବେ ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ନିଜକୁ #ଦିଲୀପ କହୁଥିବା ବ୍ୟକ୍ତି ଆଖି ବୁଝିବା ପରେ କିଏ ନେବ #ମୃତଦେହ? ତା ଉପରେ ନଜର ?

 

LEAVE A REPLY

Please enter your comment!
Please enter your name here