ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୀର୍ଘ କାଳୀନ ଭିସାରେ ଓଡିଶାରେ ଅଛନ୍ତି ୧୨ ପାକିସ୍ତାନୀ ନାଗରିକ । ସେମାନଙ୍କୁ ଭାରତ ଛାଡିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପହଲଗାମ ଘଟଣା ପରେ ଓଡିଶାରେ ଅନୁପ୍ରବେଶକାରୀଙ୍କୁ ନେଇ ଚ୍ୟାଲେଞ୍ଜ ରହିଛି । ଏ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଦେଶରେ ପାକିସ୍ତାନ ଓ ପାକିସ୍ତାନୀଙ୍କୁ ନେଇ ସମ୍ବେଦନଶୀଳ ସ୍ଥିତି ଥିବାବେଳେ ସେମାନଙ୍କ ନାଁ ଓ ପରିଚୟ ଗୋପନ ରଖିଛନ୍ତି ସରକାର ।
କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଅନେକ ପର୍ଯ୍ୟଟକ ଓ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ରାଜ୍ୟକୁ ଆସୁଥିବା ପର୍ଯଟକ ଓ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓ ରହଣିସ୍ଥଳ ମାନଙ୍କ ଉପରେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ନିର୍ଦେଶାବଳୀ ଜାରି କରାଯାଇଛି । ବିଶେଷ କରି ପର୍ଯଟନସ୍ଥଳୀ ମାନଙ୍କରେ ହାଇଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି। ସାଧା ପୋଷାକରେ ଅଫିସର ବା ପୋଲିସ କର୍ମଚାରୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସ୍ଥାନୀୟ ପୋଲିସ ସେସବୁ ସ୍ଥାନ ମାନଙ୍କ ପର୍ଯ୍ୟାୟକ୍ରମେ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦେଶ ରହିଛି। ଏପରିକି ପର୍ଯଟଙ୍କ ମନରେ ଯେପରି ଭୟ ଓ ଆତଙ୍କ ସୃଷ୍ଟି ହେଲା ଭଳି ପରିସ୍ଥିତି ନ ଉପୁଜେ ସେନେଇ ପୋଲିସ ମୁତୟନ କରିବା ପାଇଁ ଓ ଗୁଇନ୍ଦା ନଜର ରଖିବା ପାଇଁଁ ମଧ୍ୟ କୁହାଯାଇଛି। ଏଥି ସହ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ସଂପି ମଲ ଓ ହସ୍ପିଟାଲ ଓ ସିନେମା ହଲ ଭଳି ଅନେକ ଭିଡଭାଡ ଅଞ୍ଚଳକୁ ମଧ୍ୟ ଫୋକସ ଦେଇ ସେସବୁ ସ୍ଥାନ ଉପରେ ନଜର ଦେବାକୁ ମଧ୍ୟ କୁହାଯାଇଛି। ଅଧିକ ଆତାଯାତ ନଥିବା ବା ଦୂର ଥିବା ପର୍ଯଟନ ସ୍ଥଳୀ ଗୁଡିକରେ ମଧ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି।ପୋଲିସ ବିଟ୍ ପାଟ୍ରୋଲିଂ ବଢାଇବା ପାଇଁ ଫୋକସ ଦିଆଯାଇଛି । ଏନେଇ ସମସ୍ତ ଥାନା ମାନଙ୍କରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ସହ ଏମରଜେନସି ରେସପ୍ସ ଟିମ୍ ଓ ଥାନା ଷ୍ଟାଫ୍ ମଧ୍ୟ ରାତ୍ରି କାଳୀନ ହେଉ ବା ଦିନରେ ବିଶେଷ କରି ପୋଲିସ ପାଟ୍ରୋଲିଂକୁ କଡାକଡି ପାଇଁ ନିର୍ଦେଶ ଦିଆଯାଇଛି। ଏଥି ସହ ବିଭିନ୍ନ ସମ୍ବେଦନଶୀଳପୂର୍ଣ୍ଣ ସ୍ଥାନ ଜାତୀୟ ସୁରକ୍ଷାକୁ ପ୍ରଧାନ୍ୟ ଦେଉଥିବା ସ୍ଥାନ ସହ ରେଳ ଷ୍ଟେସନ ,ଏୟାରପୋର୍ଟ ଓ ବସଷ୍ଟାଣ୍ଡ ଗୁଡିକ ଆଦି ସ୍ଥାନରେ ମଧ୍ୟ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି ।
ଜନଗହଳି ସ୍ଥାନ ଓ ପର୍ଯଟକଙ୍କ ଭିଡ଼ ଥିବା ସ୍ଥାନ ସହ ବିଭିନ୍ନ ହୋଟେଲ ଓ ଅଧିକ ଜନସମାଗମ ସ୍ଥାନ ବା ଲୋକଙ୍କ ସମାଗମ କାର୍ଯକ୍ରମ ଓ ସଭାସ୍ଥଳୀ ଓ ପ୍ରାର୍ଥନାସଭା ବା ସଭାଗୃହ ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ସ୍ଥଳି ଆଦି ସ୍ଥାନ ମାନଙ୍କରେ ପୋଲିସ ପ୍ରହରା ବା ପାଟ୍ରୋଲିଂକୁ ଗୁରୁତ୍ବ ଦେବାକୁ କୁହାଯାଇଛି।ଓଡ଼ିଶାର ସୀମାକୁ ଲାଗିଥିବା ୪ଟି ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ ସୀମାବର୍ତ୍ତୀ ଜିଲ୍ଲାରେ ଅନେକ ଚେକ ପୋଷ୍ଟ ରହିଛି। ଚେକ୍ ପୋଷ୍ଟ ଉପରେ କଡା ନଜର ରହିବାକୁ ସୀମାବର୍ତ୍ତୀ ଜିଲ୍ଲାର ଏସପି ମାନଙ୍କୁ କଡ଼ା ନିର୍ଦେଶ ରହିଛି । ସିସିଟିଭି କଭରେଜ ଦ୍ବାରା ନଜର ରଖିବା ସହ ଜିଲ୍ଲା ଗୁଡିକ ଭିତରେ ମଧ୍ୟ ସୀମା ଭିତରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ସୀମାରେ ମଧ୍ୟ ଚେକ ପୋଷ୍ଟ ରହିଛି । ଯେଉଁଠି ଯାନାବାହାନ ତନଖିବା ଓ ଅନ୍ୟ ଦିଗ ପ୍ରତି ନଜର ଦେବାକୁ କୁହାଯାଇଛି। ଏଥି ସହ ରାତ୍ରି କାଳିନ ସହରରେ ବ୍ଲକିଂ ଓ ଚେକିଂ ମଧ୍ୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କରି ସହର ମାନଙ୍କରେ ରାତ୍ରି କାଳିନ ଗାଡି ଯିବାଆସିବା ଉପରେ ନଜର ରଖିବା ସହ ଯଦି କୋୖଣସି ସଂଦେହ ଜନକ ଅବସ୍ଥାରେ କିଛି ଯାତାୟତ ହେଉଥିଲେ ମଧ୍ୟ ସେସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ସଜାଗ ହେବାକୁ ମଧ୍ୟ କୁହାଯାଇଛି । ସେମାନଙ୍କର ମୁଖିଆ ଓ ସେମାନଙ୍କର ସଙ୍ଘ କର୍ମକର୍ତା ମାନଙ୍କ ସହ ମଧ୍ୟ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି। ବିଭିନ୍ନ ହୋଟେଲ ଓ ମୋଟରଯାନ ସଙ୍ଘ ବା ସଂସ୍ଥା ସହ ବିଭିନ୍ନ ସଂଗଠନ ସହ ଭାବରେ ଆଦାନ ପ୍ରଦାନର ମାଧ୍ୟମରେ ଯୋଗାଯୋଗ କରି ବିଭିନ୍ନ ଗତ ବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଯଦି କୌଣସି ଅସ୍ବଭାବନୀୟ ଗତିବିଧି ବା ପରିସ୍ଥିତ ନଜରକୁ ଆସେ ପୋଲିସ ସହ ଯୋଗାଯୋଗରେ ରହି କିପରି ସେସବୁ ମୁକାବିଲା କରିହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ କୁଇକ ରେସପ୍ସ ଟିମକୁ ଆଲର୍ଟ ରହିବା ସହ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ରହିଛି । ଏପରିକି କୋୖଣସି ଅପ୍ରିତୀକର ପରିସ୍ଥିତି ଉପୁଜିଲେ ଆତଙ୍କି ମୁକାବିଲା ପାଇଁ ପ୍ରସ୍ତୁତ ଥିବ ସ୍ବତନ୍ତ୍ର ଟିମ୍ । କୁଇକ ରେସପନ୍ସ ଟିମ୍, କାଉଣ୍ଟର ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ , ବ୍ଲାକ କମାଣ୍ଡ ଭଳି ଦୁଶଧ ଯବାନ ମାନେ ଯେଉଁମାନେ ଏଭଳି ପରିସ୍ଥିତି ମୁକାବିଲା ପାଇଁ ତାଲିମ ପ୍ରାପ୍ତ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ଏଥି ସହ ଜିଲ୍ଲାର ଫୋର୍ସ ଓ ବାଟାଲିୟନ ମାନଙ୍କୁ ମଧ୍ୟ ପୁରା ଆଲର୍ଟ ସହ କୋୖଣସି ପରିସ୍ଥିତିରେ କେଉଁଠିକୁ ଯିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର ସହ ସବୁ ସଜାଗ ରହିବା ପାଇଁ ଜିଲ୍ଲାର ଆରଆଇ ଓ କମାଣ୍ଡାଟ ମାନଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦେଶ କରାଯାଇଛି। ସମସ୍ତ ପ୍ରକାର ଗତିବିଧି ସହ ଗୁଇନ୍ଦା ଆଧାର କରି ବିଭିନ୍ନ ସୂଚନା ଓ ପଡୋଶୀ ଜିଲ୍ଲା ମାନଙ୍କ ସହ ସୂଚନା ଆଦାନ ପ୍ରଦାନ କରି ଆଲର୍ଟ ରହିବା ପାଇଁ ନିର୍ଦେଶ ରହିଛି । ଏଥି ସହ ଏଭଳି ସମୟରେ ସର୍ବଦା ପ୍ରସ୍ତୁତ ଓ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ କରି ସବୁ ପ୍ରକାର ବ୍ୟବସ୍ଥା ପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟ ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜିଙ୍କ ପକ୍ଷରୁ ଏନେଇ ମଧ୍ୟ ଜିଲ୍ଲାର ଏସପି ଓ ଡିସିପି ମାନଙ୍କ ସହ ରିତିମତ ଭାବେ ଯୋଗାଯୋଗ ରହିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ପୋଲିସ ଡିଜି କହିଛନ୍ତି ‘‘ଏନେଇ କେନ୍ଦ୍ର ଗୃହ ବିଭାଗ ସହ ଆଲୋଚନା କରାଯାଇଛି। ଯାହା ନିର୍ଦେଶ ରହିଛି ସେନେଇ ପ୍ରକ୍ରିୟା ଚାଲୁ ରହିଛି।