IAS ଵିଷ୍ଣୁପଦ ସେଠୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି । ସେ, ତାଙ୍କ ପତ୍ନୀ ଓ ଝିଅଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି ଓଡି଼ଶା ହାଇକୋର୍ଟ । ଆସନ୍ତା ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି କୋର୍ଟ । ହାଇକୋର୍ଟରେ ବିଷ୍ଣୁପଦ ସେଠୀ ଓ ଅନ୍ୟ ଦୁଇ ଜଣ ଦାୟର କରିଥିବା ଆବେଦନର ଶୁଣାଣି କରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି କୋର୍ଟ । ସିବିଆଇ ପକ୍ଷରୁ ମାମଲାରେ ଜବାବ ଦାଖଲ କରାଯାଇଥିବା ବେଳେ ଏହା ଉପରେ ପ୍ରତିଜବାବ ଦାଖଲ ପାଇଁ ବିଷ୍ଣୁପଦ ସେଠୀଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା।ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮କୁ ଧାର୍ଯ୍ୟ କରାଯାଇଛି । ଏହା ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଷ୍ଣୁପଦ ସେଠୀ, ତାଙ୍କ ପତ୍ନୀ ଓ ଝିଅଙ୍କ ପକ୍ଷରୁ ଦାୟର ରିଟ୍ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଗତ ଫେବ୍ରୁଆରୀ ୨୫ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here