ଉଚ୍ଚଶିକ୍ଷାର ବିକାଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ନିର୍ବାଚନ ମଣ୍ଡଳୀରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଆୟୋଜିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗଦେଲେ , ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପ୍ରଥମେ ଭଂଜନଗର ନିର୍ବାଚନ ମଣ୍ଡଳୀ, ଜଗନ୍ନାଥପ୍ରସାଦ ବ୍ଳକର ଜଗନ୍ନାଥପ୍ରସାଦ ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ “ଶୈଖିକ ଭବନ” ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଉଭୟ ମନ୍ତ୍ରୀ । ଏହାପରେ ସ୍ଥାନୀୟ ବି.ଡି.ପୁର ସ୍ଥିତ ମହାବିଦ୍ୟାଳୟ ଠାରେ , ବିଶ୍ବ ବ୍ୟାଙ୍କ ସହାୟତାରେ ପ୍ରାୟ ଅଢେଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ “ଶୈଖିକ ଭବନ” କୁ ଉଦଘାଟନ କରିଥିଲେ । ଶେଷରେ ଭଂଜନଗର ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଆୟୋଜିତ “ନୂଆଁ-ଓ” “ଯୁବ ଓଡ଼ିଶା – ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ଉଭୟ ମନ୍ତ୍ରୀ । ସେଠାରେ ମଧ୍ୟ, ବିଶ୍ବବ୍ୟାଙ୍କ ସହାୟତାରେ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ କୋଠା କୁ ଉଦଘାଟନ କରିଥିଲେ । ଏହାପରେ ମହାବିଦ୍ୟାଳୟ ପରିସରରେ ଅଢେଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା “ବୀର ଚକରା ଶୈଖିକ ଭବନ “ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶିକ୍ଷାର ବିକାଶ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ରୀଡ଼ା , ସାଂସ୍କୃତିକ ଏବଂ ସାମାଜିକ ସେବା ନିମନ୍ତେ ଆୟୋଜିତ ହେଉଥିବା “ଯୁବ ଓଡ଼ିଶା – ନବୀନ ଓଡ଼ିଶା” କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ବିକାଶକୁ ପାଦେ ଆଗକୁ ବଢାଇ ପାରିବ ବୋଲି , ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ । ମହାବିଦ୍ୟାଳୟ ସାମଗ୍ରିକ ବିକାଶ ସହ ଭିତ୍ତିଭୂମିର ଉନ୍ନତି ପାଇଁ ସବୁ ପ୍ରକାରେ ଉଦ୍ୟମ କରାଯାଇଛି ଏବଂ ଆଗକୁ ମଧ୍ୟ ବିକାଶଧାରା ଜାରି ରହିବ ବୋଲି ଆୟୋଜିତ ସାଧାରଣ ସଭାରେ ନିଜର ପ୍ରତିକ୍ରିୟା ରଖିଥିଲେ , ଭଂଜନଗର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ l

LEAVE A REPLY

Please enter your comment!
Please enter your name here