ସକାଳୁଆ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-:ଏଣିକି ସକାଳୁଆ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ। ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ ଖୋଲିବାକୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ। ସବୁ କଲେଜର ପ୍ରିନ୍ସିପାଲ ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ମାନଙ୍କୁ ଚିଠି ଲେଖିଛି ବିଭାଗ। ଦିନକୁ ଦିନ ଖରା ବଢୁଥିବାରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢା ଓ ପରୀକ୍ଷା କରିବାକୁ ମାର୍ଗଦର୍ଶିକା ଜାରି କରିଛି। ଏଥିସହ ପ୍ରଚୁର ପରିମାଣର ପାନୀୟ ଜଳ ଏବଂ ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଅପରାହ୍ନରେ ବାହ୍ୟ କାର୍ୟ୍ୟକଳାପ ନରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଏଥିସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ୍ କିଟ୍ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ଏସଓପି ପାଳନର ତଦାରଖ ପାଇଁ ସ୍କ୍ବାଡ୍ ଗଠନ ହେବ।

LEAVE A REPLY

Please enter your comment!
Please enter your name here