ପିସିଆର ଭ୍ୟାନକୁ ଚାପି ଦେଲା ହାଇୱା, ୨ ପୋଲିସ ମୃତ

0

କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଭାବନୀୟ ଘଟଣା । PCR ଭ୍ୟାନ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ପୋଲିସ ଅଧିକାରୀଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । କଟକର ଗତିରାଉତପାଟଣାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ଭୋର ପ୍ରାୟ ସାଢେ ଚାରିଟା ସମୟରେ କଟକ-ପାରାଦ୍ବୀପ ରାସ୍ତା ଗତିରାଉତପାଟଣାରେ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ପୋଲିସ PCR ଭ୍ୟାନକୁ ଉପରେ ଏକ ବାଲି ବୋଝେଇ ହାଇୱା ଚଢ଼ିଯାଇଥିଲା । ପିସିଆର ଗାଡିକୁ ଚାପି ଦେଇ ହାଇୱାଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିଲେ । ସେହିପରି ଜଣେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଅଟକ ରହିଛି । ଦୁର୍ଘଟଣାରେ ଜଣେ ହୋମଗାର୍ଡ ଏବଂ ଜଣେ ଓଏପିଏଫ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତୁବରଣ କରିଥିବା ଦୁଇ ପୋଲିସଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଲୋକନାଥ ଶବର (ଓଏପିଏଫ) ଏବଂ ଜଗବନ୍ଧୁ ମାହାଳି (ହୋମଗାର୍ଡ) । ସେହିପରି ଆହତ ପୋଲିସ ଅଫିସର ହେଉଛନ୍ତି ପବିତ୍ର ମୋହନ ସେଠୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିସିଆର ଗାଡିଟି CRRI ଥାନାର ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here