ଶ୍ରୀହରିକୋଟାରୁ ଐତିହାସିକ ୧୦୦ତମ ଲଞ୍ଚ : NVS-02 ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ୍‌ ସେଣ୍ଟରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ଐତିହାସିକ ଲଞ୍ଚିଂ । ସ୍ପେଶ୍‌ ଏଜେନ୍ସି ଶ୍ରୀହରିକୋଟାରୁ ୧୦୦ତମ ଲଞ୍ଚିଂ ସହିତ GSLV-F15 ରକେଟ୍‌ ସାହାଯ୍ୟରେ ୨୨୫୦କିଲୋଗ୍ରାମର ନାଭିଗେସନ ସାଟେଲାଇଟ୍‌ NVS-02କୁ ସଫଳ ଉତକ୍ଷେପଣ କରିଛି । ଏହା ଇସ୍ରୋର ନୂଆ ମୁଖ୍ୟ ତଥା ଚେୟାରମ୍ୟାନ‌୍‌ ଭି ନାରାୟଣଙ୍କ ମଧ୍ୟ ପ୍ରଥମ ମିଶନ । ଇସ୍ରୋ GSLV-F15 ରକେଟ୍‌ ସାହାଯ୍ୟରେ ଏହାକୁ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ ସକାଳ ୬ ଟା ୨୩ ସମୟରେ ଲଞ୍ଚ କରାଯାଇଛି । ଲଞ୍ଚ ହେବାର ପ୍ରାୟ ୧୯ମିନିଟରେ ରକେଟ୍‌ NVS-02 ସାଟେଲାଇଟ୍‌କୁ ୩୨୨. ୯୩ କିଲୋମିଟର ଦୂର ଜିଓସିଙ୍କ୍ରୋନସ୍‌ ଟ୍ରାନ୍ସଫର ଅର୍ବିଟରେ ସ୍ଥାପନ କରିଛି। GSLV-F15 ହେଉଛି ଭାରତର ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ ଭେଇକିଲ (GSLV) ୧୭ତମ ଉଡ଼ାଣ ହୋଇଥିବା ବେଳେ ସ୍ବଦେଶୀ କ୍ରାୟୋ ଷ୍ଟେଜର ୧୧ତମ ଫ୍ଲାଇଟ୍‌ ।

ଲଞ୍ଚ୍‌ ପରେ ନୂଆ ଇସ୍ରୋ ଚେୟାରମ୍ୟାନ୍‌ ଭି ନାରାୟଣ କହିଛନ୍ତି, “ଇସ୍ରୋର ସ୍ପେଶପୋର୍ଟରୁ ବର୍ଷ ୨୦୨୫ର ପ୍ରଥମ ମିଶନ ସଫଳ ହୋଇଥିବା ଘୋଷଣା କରି ମୁଁ ବେଶ ଆନନ୍ଦିତ । GSLV-F15 ଉତକ୍ଷେପଣ ଯାନ ସଠିକ୍ ଭାବରେ ନାଭିଗେସନ୍ ଉପଗ୍ରହ NVS-02କୁ ନିର୍ଦ୍ଧାରିତ କକ୍ଷପଥରେ ଛାଡ଼ିଛି । ଏହା ଶ୍ରୀହରିକୋଟାର ୧୦୦ ତମ ଲଞ୍ଚ ହୋଇଥିବାରୁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲଷ୍ଟୋନ ହୋଇପାରିଛି ।”

LEAVE A REPLY

Please enter your comment!
Please enter your name here