ସୁନ୍ଦରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡିହି ଟୋଲଗେଟ ନିକଟରେ ଥିବା ଏକ ଚା ଦୋକାନରେ ଏକ ହାଇୱା ପଶିଯିବାରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଲୋକେ ଚା ଦୋକାନରେ ଚା ପିଉଥିବା ବେଳେ ଗାଡିର ବ୍ରେକ ଫେଲ ହେବାରୁ ଉକ୍ତ ଗାଡି ଚା ଦୋକାନରେ ପଶି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓ ଅଗ୍ନିଶମ ବାହିନୀ ଆସି ତଦନ୍ତ ଆରମ୍ଭ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୨ ଗୁରୁତରଙ୍କୁ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଆଉ କିଛି ଲୋକ ଖଣିଜ ତଳେ ଚାପି ରହିଥିବା ସନ୍ଦେହ ହୋଇଛି l