ଭାରତରେ HMPV ଭୂତାଣୁ ଭୟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜକୁ ଠିକ ୫ବର୍ଷ ପୂର୍ବରୁ ସାରା ବିଶ୍ବ କରୋନା ମହାମାରୀ କବଳରେ ଫସିବା ପରେ ଯେଉଁ ଆତଙ୍କ, ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ଏବେ ସେହି ଭୟ ଦେଖାଯାଇଛି । କାରଣ ଭାରତରେ ପହଞ୍ଚିଯାଇଛି ଚୀନରେ ଦ୍ରୁତଗତିରେ ମାଡୁଥିବା ଭାଇରସ HMPV । ସେହି ଛନକା,ସେହି ଭୟ, ସେହି ଚିନ୍ତା । ୨୦୧୯ ମସିହାର ପରି ଭୟ ପୁଣି ଭାରତରେ ଦେଖାଦେଇଛି । ବେଙ୍ଗାଲୁରୁରେ ଚିହ୍ନଟ ହୋଇଛି ଏଚଏମପି ଭୂତାଣୁ । ବେଙ୍ଗାଲୁରୁ ଓ ଗୁଜରାଟରେ ସଂକ୍ରମିତ ଚିହ୍ନଟ ଘଟଣା ପୂରା ଦେଶକୁ ଚିନ୍ତାରେ ପକାଇଛି । ସୋମବାର ବେଙ୍ଗାଲୁରୁରେ ୨ଜଣ ଓ ଗୁଜରାଟରେ ଜଣେ ଶିଶୁ ଚିହ୍ନଟ ହେବା ନେଇ ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ବେଙ୍ଗାଲୁରୁ ସରକାର ଉଚ୍ଚସ୍ତରୀୟ ବୈଠକ ଡାକିବା ସହ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରିଛନ୍ତି । ସବୁଠୁ ବଡ କଥା ହେଉଛି ଠିକ କରୋନା ପରି ରହିଛି ନୂଆ ଭାଇରସ ଲକ୍ଷଣ ।

 

ଯଦି ହ୍ୟୁମାନ ଏହାର ଲକ୍ଷଣ ଦେଖିବା ତେବେ,ମେଟାନ୍ୟୁମୋଭାଇରସ୍‌ ର ସାଧାରଣ ଥଣ୍ଡା ଭଳି ଲକ୍ଷଣ – କାଶ, ଝାଡ଼ାବାନ୍ତି, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା ଭଳି ଲକ୍ଷଣ – ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଐଗଚଠ ମାରାତ୍ମକ ଆଶଙ୍କା – ୨୦୦୧ ମସିହାରେ HMPV ଆବିଷ୍କୃତ ହୋଇଥିବା ଆମେରିକାର ଦାବି – HMPV ସଂକ୍ରମଣର ଲକ୍ଷଣ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆରେ ପରିଣତ ହୋଇପାରେ l ତେବେ କର୍ଣ୍ଣାଟକ ସରକାର ସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିବା ସହ ଆଡଭାଇଜରୀ ଜାରି କରିଛନ୍ତି । କର୍ଣ୍ଣାଟକ ସରକାରଙ୍କ ମାର୍ଗଦର୍ଶିକାରେ କୁହାଯାଇଛି ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ବୟସ୍କ, ଶିଶୁ ଓ ବହୁବ୍ୟାଧି ବ୍ୟକ୍ତି ଅଧିକ ସତର୍କ ରୁହନ୍ତୁ । ଭିଡରୁ ଦୂରେଇ ରୁହନ୍ତୁ, ପର୍ଯ୍ୟାପ୍ତ ପୃଷ୍ଟିସାର ଖାଦ୍ୟ ଖାଆନ୍ତୁ, ହାତ ମିଶାନ୍ତୁ ନାହିଁ, ସାନିଟାଇଜ କରନ୍ତୁ । ୨୦୧୯ ଚୀନର ଉହାନ ଲ୍ୟାବରୁ ବାହାରି ସାରା ବିଶ୍ୱକୁ ମାଡିଥିଲା କୋଭିଡ ୧୯ ଭୂତାଣୁ । ଦେଖୁ ଦେଖୁ ସାରା ଦୁନିଆକୁ କବଳିତ କରିଥିଲା ମହାମାରୀ । ଲକ୍ଷାଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ସହ ବେହିସାବ ଲୋକ ସଂକ୍ରମିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here