ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋପାଳପୁର, ବାଇକ ଓ ସ୍କୁଟି ପୋଡିଲେ ଦୁର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ଗୋପାଳପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ତଥା ରେଭୁ ସାହି ନିବାସୀ ଆନୀସ୍ ଖାନ୍ ଙ୍କ ଘର ସମ୍ମୁଖରେ ଥିବା ସ୍କୁଟି ଓ ବାଇକଙ୍କୁ କୌଣସି ଦୁର୍ବୁତ୍ତ ନିଆଁ ଲଗାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଖବର ପାଇ ତୁରନ୍ତ ଗୋପାଳପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। କେହି ଜଣାଶୁଣା ଲୋକ ହିଁ ଏହି କାଣ୍ଡ ଘଟେଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଶତ୍ରୁତା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।