ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୦୨୪ ନିର୍ବାଚନ ପାଖେଇ ଆସୁଛି । ସବୁ ରାଜନୈତିକ ଦଳ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ତୃତୀୟ ଥର ଦିଲ୍ଲୀ ଦଖଲ ପାଇଁ ରଣନୀତି କରୁଛି ବିଜେପି । ଚାଲିଛି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଦିଲ୍ଲୀରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି, ଏନଡିଏ ଏଥର ୪ଶହରୁ ଅଧିକ ଆସନ ଦଖଲ କରିବ । ଏଥିପାଇଁ ଆଗାମୀ ଶହେ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ।୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ କରିବାକୁ ହେଲେ ଆଗାମୀ ୧୦୦ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀରେ ବସିଥିବା ବିଜେପି ଜାତୀୟ ଅଧିବେଶନକୁ ସମ୍ବୋଧିତ କରି ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନୂଆ ଭୋଟରଙ୍କ ପାଖରେ ପହଞ୍ଚିିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଓ ଉପକୃତ ହେଉଥିବା ଗୋଷ୍ଠୀସମୁହ ସହ ସଂଯୋଗ ସ୍ଥାପନ କରିବାକୁ ନେତା ଓ କର୍ମୀଙ୍କୁ କହିଛନ୍ତି ମୋଦୀ

ବଡକଥା ହେଉଛି ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ସ୍ଥିର କରିବାକୁ ଦିଲ୍ଲୀରେ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ ହୋଇଛି । ଏଥିରେ ରାଜ୍ୟ ବିଜେପି ସଭାପତିଙ୍କ ସହ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ରାଜ୍ୟ ମୋର୍ଚ୍ଚାର ସଭାପତି ଏବଂ ସଂପାଦକଙ୍କ ଭଲି ୨୮୮ ଜଣ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ଅଧିବେଶନରେ ଆଗାମୀ ନିର୍ବାଚନରେ ଓଡିଶାରେ ସରକାର ଗଢିବାକୁ ଦିଆଯାଇଛି ଟାର୍ଗେଟ ।ଓଡିଶାରେ ବିଜେପି ସରକାର ଗଢିବା ପାଇଁ ୨୦୨୪ରେ ଲଢେଇ କରିବ ବୋଲି କହିଛନ୍ତି ମନମୋହନ ସାମଲ ।

LEAVE A REPLY

Please enter your comment!
Please enter your name here