କେମିତି କଲା ସ୍ତ୍ରୀ, ସ୍ୱାମୀର ହତ୍ୟା

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତକାଲି ପାରଳାଖେମୁଣ୍ଡି ଜଙ୍ଗମସାହିରେ ଘଟିଥିବା ବିଜୟକୁମାର ଙ୍କ ହତ୍ୟା ଘଟଣାର ଛାନଭିନ କରୁଛି ପୋଲିସ . ରବିବାର ଦିନ ଜଙ୍ଗମସାହିରେ ପୋଲିସ ପହଂଚି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି । ମୃତ ବିଜୟ କୁମାରଙ୍କ ପତ୍ନୀ ସାରଦାକୁ ଘଟଣାସ୍ଥଳକୁ ଆଣି କିଭଳି ଓ କେଉଁ କାରଣରୁ ନିଜ ସ୍ୱାମୀକୁ ମାରିଥିଲା ତାହାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଏହି ହତ୍ୟାରେ ସ୍ତ୍ରୀ ଗୋଟିଏ ପଥର ,ଗୋଟେ କଥଫଳିଆ,ଟାୱାଲ,ଇଞ୍ଜେକ୍ସନ ସିରିଞ୍ଜ,କିଛି ଔଷଧ,ବ୍ୟବହାର କରିଥିଲା ,ପ୍ରଥମେ ସ୍ୱାମୀ ବିଜୟଙ୍କୁ ନିଦ ଟାଵଲେଟ ଦେଇ ଶୁଆଇଦେଇଥିଲା l ପରେ ନିଦ ଇଞ୍ଜେକ୍ସନ ଦେଇ ପଥରରେ ସ୍ୱାମୀର ମୁଣ୍ଡକୁ ପିଟିବା ସହ କାଠ ଫାଳିଆରେ ମଧ୍ୟ ପ୍ରହାର କରିଥିଲା l ପୁଣି ଜୀବିତ ଥିବା ଜାଣି ଟାୱାଲରେ ଭିଡି ତଣ୍ଟି ଚିପିଥିବା ପୋଲିସ ଆଗରେ କହିଛି ସ୍ତ୍ରୀ ସାରଦା ତେବେ ପୋଲିସ ପରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଘର ଲୋକଙ୍କ ବୟାନ ଏବଂ ପଡ଼ୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ତେବେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ କାହିଁକି ଏତେ ନିର୍ମମ ଭାବେ ହତ୍ୟା କରିଛି ତାହାର ଖିଅ ଖୋଜୁଛି ପୋଲିସ l

LEAVE A REPLY

Please enter your comment!
Please enter your name here