କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନ୍ୟାୟ ନ ପାଇ ପରିଶେଷରେ ଜିନ୍ଦଲ ପ୍ଲାଣ୍ଟ ବାହାରେ ଧାରଣାରେ ବସିଲେ କମ୍ପାନୀ ବିସ୍ଥାପିତ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ତଥା ବଡବିଲ ତହସିଲ ଅନ୍ତର୍ଗତ ଦେଓଝର ଗ୍ରାମରେ ୨୦୦୬ ମସିହାରେ ଜିନ୍ଦଲ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଇ କିତାବେଡା, ସିଆଲଯୋଡା ଓ ଦେଓଝର ଗ୍ରାମର ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଶାଗ ମାଛ ଦରରେ ଜମି ଅଧିଗ୍ରହଣ କରିଥିଲା। ମାତ୍ର ନିଜ ସ୍ବାର୍ଥ ହାସଲ ପରେ ବିସ୍ଥାପିତଙ୍କୁ ରୋଜଗାର ଦେବାର ତ ଦୂର କଥା ଓଲଟା ପ୍ରତାରଣା ଦେଇ ଆସୁଛି। ଚାକିରି ଦେବାକୁ କହି ଜିନ୍ଦଲ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ୨ ବର୍ଷର ତାଲିମ ଦେଇଥିଲା। ତାଲିମ ପରେ ଚାକିରି ଦେବା ପରିବର୍ତ୍ତେ ଜିନ୍ଦଲ କମ୍ପାନୀ ଠକୁଥିବା ଅଭିଯୋଗ କରି କିତାବେଡା ଗ୍ରାମର ତନୁଜ ଆପଟ, ଦେବର୍ଷି ପଲେଇ, ଅନୀଲ ବେହେରା, ସୁଧାଂଶୁ ବେହେରା, ତପନ ଆପଟ ୫ ଜଣ ଶିକ୍ଷିତ ଯୁବକ ରବିବାର ଠାରୁ ଦେଓଝର ସ୍ଥିତ ଜିନ୍ଦଲ ପ୍ଲାଣ୍ଟ ବାହାରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ଦେଖା ଯାଇଛନ୍ତି। ଅନ୍ୟ ପକ୍ଷରେ JSPL ପରି ବହୁ ରାଷ୍ଟ୍ରୀୟ କମ୍ପାନୀ କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବସାଇ କୋଟି କୋଟି ରୋଜଗାର କରୁଥିବା ବେଳେ ଓଲଟା କେନ୍ଦୁଝରିଆ ଯୁବକଙ୍କୁ ପ୍ରତାରଣା ଦେଇ ଆସୁଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ, ଜନ ପ୍ରତିନିଧି ମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l