ପାରଳାଖେମୁଣ୍ଡି ବାହୁଡା଼ ଯାତ୍ରାରେ ପ୍ରବଳ ଜନ ସମାଗମ
ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):– ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସୋମବାର ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ପ୍ରବଳ ଜନସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାରେ ଯୋଗ ଦେଇଥିଲେ । ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ପ୍ରଥମେ ପାରଳା ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରି ରଥରେ ବିଜେ କରାଯାଇଥିଲା । ପରେ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପାରଳା ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରାଯାଇ ୨ ରଥରେ ଆସନ କରାଯାଇଥିଲା । ପରେ ପାରଳାଖେମୁଣ୍ଡି ଯୁବରାଣୀ ସୁଶ୍ରୀ କଲ୍ୟାଣୀ ଗଜପତି ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ପରେ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ଛେରା ପହରା କରି ୩ ଠାକୁରଙ୍କୁ ରଥରେ ପୂଜାଅର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଅପରାହ୍ନରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି ପବିତ୍ର ବାହୁଡା ଉପଲକ୍ଷେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ପାରଳାଖେମୁଣ୍ଡି ରଥଯାତ୍ରାର ବେଶ ଖ୍ୟାତି ରହିଛି । ଏଣୁ ଆଜିର ବାହୁଡ଼ାଯାତ୍ରା ଅବସରରେ ସମଗ୍ର ଦକ୍ଷିଣ ଓଡିଶା ଓ ପୋଡ଼ଶୀ ଆନ୍ଧ୍ର ପ୍ରଦେଶରୁ ଲକ୍ଷାଧିକ ଭକ୍ତ ସାମଗମ ହୋଇଥିଲା । ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣି ଥିବାବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଟାଉନ ହଲ ନିକଟରେ ରଖାଯାଇଛି।ଆଜି ଠାରୁ ସୁନା ବେସ ଦିନ ପର୍ଯ୍ୟନ୍ତ ତିନି ଠାକୁର ସେଠାରେ ରଥ ଉପରେ ଦର୍ଶନ ଦେବେ ଭକ୍ତଙ୍କୁ। ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ଏସପି ଏସ. ସ୍ୱାତୀ କୁମାରଙ୍କ ସମେତ ବହୁ ପଦାଧିକାରୀ ପୋଲିସ ପ୍ରତେକ୍ଷ ଭାବେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ରଥଟଣା କାଯ୍ୟକ୍ରମକୁ ଆଗେଇ ନେଇଥିଲେ ।