ଏସବିଆଇ କରିବ ଲକ୍ଷପତି : ଏଫଡି ଉପରେ ମିଳୁଛି ଜବରଦସ୍ତ ରିଟର୍ଣ୍ଣ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଆଜିକାଲି ଦେଶର ସମସ୍ତେ ଏଫଡି ଉପରେ ନିର୍ଭର କରନ୍ତି । ଏଫଡିରେ ବିନିଯୋଗ କରିବାକୁ, ଆପଣ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ବିନିଯୋଗ କରିପାରିବେ। ବିଭିନ୍ନ ଅବଧି ପାଇଁ ବିଭିନ୍ନ ସୁଧ ହାର ଦିଆଯାଏ। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ଏଫଡି ଆକାଉଣ୍ଟ ସୁବିଧା ଯୋଗାଇଥାଏ। ଏସବିଆଇ ବ୍ୟାଙ୍କ ମଧ୍ୟ ଏହାର ଆକାଉଣ୍ଟଧାରୀମାନଙ୍କୁ ଭଲ ସୁଧ ହାର ଦେଇଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର ଟଙ୍କାକୁ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ଏସବିଆଇ ବ୍ୟାଙ୍କରେ ବିନିଯୋଗ କରିପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣ ଏଫଡି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଷ୍ଟେଟ ବ୍ୟାଙ୍କରେ ଏକ ଏଫଡି ଆକାଉଣ୍ଟ ଖୋଲିପାରିବେ। ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ଏକ ସ୍ଥିର ଜମା କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଲକ୍ଷାଧିକ ଟଙ୍କା ରିଟର୍ଣ୍ଣ ପାଇବେ । ଯଦି ଆପଣ ଏସବିଆଇରେ ୨ ଲକ୍ଷ ଟଙ୍କା ଜମା କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ରାଶି ୧ବର୍ଷ ରୁ ୧୦ ବର୍ଷରେ ଭିନ୍ନ ଭିନ୍ନ ପରିମାଣରେ ବୃଦ୍ଧି ପାଇବ, ଏସବିଆଇ ଏଫଡି କାଲକୁଲେଟର ଅନୁଯାୟୀ ୬.୮୦% ସୁଧ ସହିତ ୧ ବର୍ଷ ପର‌୍ୟ୍ୟ୍ନ୍ତ ଏଫଡିରେ ଆପଣ ୨,୧୩,୯୫୧ ଟଙ୍କା ପାଇବେ । ୭.୦୦% ସୁଧ ସହିତ ୨ ବର୍ଷ ପର‌୍ୟ୍ୟ୍ନ୍ତ ଏଫଡିରେ ଆପଣ ୨,୨୯,୭୭୬ ଟଙ୍କା ପାଇବେ। ୬.୭୫% ସୁଧ ସହିତ ୩ ବର୍ଷ ପର‌୍ୟ୍ୟିନ୍ତ ଏଫଡିରେ ଆପଣ ୨,୪୪,୪୭୯ ଟଙ୍କା ପାଇବେ । ୬.୭୫% ସୁଧ ସହିତ ୪ ବର୍ଷ ପର‌୍ୟ୍ୟିନ୍ତ ଏଫଡିରେ ଆପଣ ୨,୬୧,୪୦୩ ଟଙ୍କା ପାଇବେ । ୬.୫୦% ସୁଧ ସହିତ ୫ ବର୍ଷ ପର‌୍ୟ୍ୟିନ୍ତ ଏଫଡିରେ ଆପଣ ୨,୭୬,୦୮୪ ଟଙ୍କା ପାଇବେ । ୬.୫୦% ସୁଧ ସହିତ ୧୦ ବର୍ଷ ପର‌୍ୟ୍ୟିନ୍ତ ଏଫଡିରେ ଆପଣ ୩,୮୧,୧୧୨ ଟଙ୍କା ପାଇବେ । ଯେହେତୁ ଆପଣ ସମସ୍ତେ ଜାଣନ୍ତି ଯେ ସମସ୍ତ ବ୍ୟାଙ୍କ ସାଧାରଣ ନାଗରିକଙ୍କ ଅପେକ୍ଷା ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ ହାର ପ୍ରଦାନ କରନ୍ତି । ସେହିଭଳି ବରିଷ୍ଠ ନାଗରିକମାନଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଅତିରିକ୍ତ ସୁଧର ସୁବିଧା ମଧ୍ୟ ଦିଆଯାଇଛି । ସାଧାରଣ ନାଗରିକମାନେ ୭.୧ ପ୍ରତିଶତ ହାରରେ ସୁଧ ପାଇଥିବାବେଳେ ବରିଷ୍ଠ ନାଗରିକମାନେ ବ୍ୟାଙ୍କରୁ ୭.୬ ପ୍ରତିଶତ ହାରରେ ସୁଧ ପାଆନ୍ତି ।

LEAVE A REPLY

Please enter your comment!
Please enter your name here