ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ୱାମୀ

0

ଗଜପତି (ବିପ୍ଲବୀ ପରିକ୍ରମା ):- ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ବାମୀ, ପତ୍ନୀହନ୍ତା ଏବେ ପୋଲିସ ହେପାଜତରେ l ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅର୍ନ୍ତଗତ ଅମାରସିଂ ଗ୍ରାମରେ ଘଟିଛି ଏପରି ଘଟଣା , ସ୍ତ୍ରୀ କୁ ମାଡ ମାରି ଅଚେତ ଅବସ୍ଥାରେ ବାରିପଟେ ଫୋପାଡି ଦେଇଥିଲା ପିଶାଚ ସ୍ୱାମୀ , ଚେତା ଫେରିବା ପରେ ଅସୁସ୍ଥ ଅବସ୍ଥାରେ ଘରକୁ ନେଲେ ପିଲା ଛୁଆ,  ଯେତେ ନେହୁରା ହେଲେ ମଧ୍ୟ ଚିକିତ୍ସା ପାଇଁ ମେଡିକାଲ୍ ନେଇନଥିଲା ବାପା , ପରେ ଅର୍ଥ ଅଭାବରୁ ନିଜ ଭାଗ୍ୟକୁ ଆଦରି ପଡିରହିଥିବା ବେଳେ ଗାଁ ପଡୋଶୀଙ୍କ ସହଯୋଗରେ ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତିି । ମୃତକ ହେଉଛନ୍ତି ଦୁସିଲା ଶବର  l ଖବର ପାଇ ଗାରାବନ୍ଧ ପୋଲିସ ଶବ ର ପଞ୍ଚନାମା କରିବା ସହ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଗୁରୁନାଥ ଶବରକୁ ଥାନାରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here