ସ୍ତ୍ରୀ ର ଆକ୍ରମଣ ରେ ସ୍ୱାମୀର ଆହତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ। ସ୍ୱାମୀକୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର। ଏପରି ଘଟଣା ଘଟିଛି ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହାତ ସ୍ୱାମୀ ଜଣକ ହେଲେ ଗ୍ରାମର 45 ବର୍ଷୀୟ ରୋହିତ ପାତ୍ର।

ସୂଚନା ପ୍ରକାରେ ବରିଗୁଡା ଗ୍ରାମର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ପ୍ରାୟ ସମୟ ମଦ୍ୟ ପାନ କରି ନିଜ ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରେ l

ଆଜି କୌଣସି କାରଣରୁ ରାତ୍ର ରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଥା କଟା କଟି ହୋଇଥିଲା । ମାନସିକ ନିର୍ଯ୍ୟାତନା ରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ନିଜ ସ୍ଵାମୀ ର ବେକ ଓ ପିଠି କୁ କାଟି ଦେଇଥିବା କୁହାଯାଉଛି ।ଫଳରେ ରୋହିତ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ଗାଁ ଲୋକେ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା ଯାଇଛି। ଏପଟେ ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here