ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚେପକ ଷ୍ଟାଡିୟମରେ ଆଜି ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ l ଆଇପିଏଲରେ ବିଜୟ ଧାରାକୁ ଫେରିଲା ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇକୁ ଘରେ ପଶି ହରାଇଲା ଏସଆରଏଚ । ହର୍ଷ ପଟ୍ଟେଲଙ୍କ ଘାତକ ବୋଲି ଯୋଗୁଁ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି କମିନ୍ସ ବାହିନୀ । ଆଇପିଏଲର ୪୩ ତମ ମୁକାବିଲାରେ ୫ ଓ୍ବିକେଟରେ ଚେନ୍ନାଇକୁ ପରାସ୍ତ କରିଛି ହାଇଦ୍ରାବାଦ । ଫଳରେ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଛି ଏସଆରଏଚ । ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଶେଷ ସ୍ଥାନରେ ହିଁ ରହିଛି । ଘାତକ ବୋଲି କରି ଆଜି ରନ କରିବାରେ ଧୋନି ବାହିନୀକୁ ଅଟକାଇଥିଲେ ହର୍ଷ ପଟ୍ଟେଲ । ସର୍ବାଧିକ ୪ ଓ୍ବିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ଶେଷ ଦୁଇଟି ମ୍ୟାଚ ପରାଜିତ ହୋଇଥିଲା ହାଇଦ୍ରାବାଦ, ପୁଣି ଦଳ ବିଜୟ ଟ୍ରାକକୁ ଫେରିଛି ।