ବିପ୍ଲବୀ ପରିକ୍ରମା ଡିଜିଟାଲ :- ଉଇଁଲା ସନରାଇଜର୍ସ ହାଇଦ୍ରାବାଦର ସୂର୍ଯ୍ୟ । ଲଗାତାର ୪ଟି ମ୍ୟାଚରେ ହାରିବା ପରେ ଆପିଏଲରେ ଦ୍ବିତୀୟ ବିଜୟର ସ୍ବାଦ ଚାଖିଲା ଏସଆରଏଚ । ଘରୋଇ ଗ୍ରାଉଣ୍ଡରେ ଫର୍ମକୁ ଫେରିଲା ଦଳ । ପୂର୍ବ ପରି ବିସ୍ଫୋରକ ବ୍ୟାଟିଂ କରି ବିପକ୍ଷ ଦଳର ବୋଲରଙ୍କୁ ଘାଇଲା କଲେ ବ୍ୟାଟର । ତୃତୀୟ ଭାରତୀୟ ଭାବେ ଆଇପିଏଲରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କଲେ ଅଭିଶେଖ ଶର୍ମା । ଆଇପିଏଲର ୨୭ ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ଟସ ଜିତିବା ପରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୪୫ ରନ କରିଥିଲା । ଜାବାବରେ ହାଇଦ୍ରାବଦ ୧୮. ୩ ଓଭରରେ ୨ ଓ୍ବିକେଟ ହରାଇ ୨୪୭ ରନ କରିଥିଲା । ହାଇଦ୍ରାବଦର ଚଳିତ ଆଇପିଏଲରେ ଏହା ଦ୍ବିତୀୟ ବିଜୟ । ପଏଣ୍ଟ ଟେବୁଲ ଶେଷରେ ଥିବା ହାଇଦ୍ରାବାଦ ଷଷ୍ଠ ମ୍ୟାଚରେ ବିଜୟ ହେବା ପରେ ଅଷ୍ଟମ ସ୍ଥାନକୁ ଉଠିଛି । ପଞ୍ଜାବର ଆଇପିଏଲରେ ଏହା ଦ୍ବିତୀୟ ପରାଜୟ ।
ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦର ଓପନର ଆଜି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ତୃତୀୟ ଭାରତୀୟ ଭାବେ ଆଇପିଏଲ ଇତିହାସରେ ସେ ଦ୍ରୁତତମ ଶତକ ହାସଲ କରିଛନ୍ତି । ୪୦ ବଲରେ ଶତକ ହାସଲ କରିଥିଲେ ଅଭିଶେଖ । ଏହା ପୂର୍ବରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ପ୍ରିୟାଂଶ ଆର୍ଯ୍ୟ ୩୯ ବଲରେ ଶତକ ହାସଲ କରି ଆଇପିଏଲରେ ଦ୍ବିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଥିଲେ । ୟୁସୁଫ ପଠାନଙ୍କ ନାମରେ ପ୍ରଥମ ଭାରତୀୟ ଭାବେ IPLରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଛି । ସେ ୨୦୧୦ ମସିହାରେ ମୁମ୍ବାଇରେ ମାତ୍ର ୩୭ ବଲ୍ରେ ଏହି ଶତକ ହାସଲ କରିଥିଲେ। ପଞ୍ଜାବ ପକ୍ଷରୁ ଆଜି ଅଧିନାୟକ ଆୟର ସର୍ବାଧିକ ରନ କରିଥିଲେ । ସେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାହା ଦଳକୁ ବିଜୟ ଦେଇପାରିନି । ୬ ଛକା ଓ ୬ ଚୌକା ବଳରେ ୩୬ ବଲରେ ୮୨ ରନ କରିଥିଲେ ଆୟର । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶୁ ୩୬, ପ୍ରଭାସିମରନ ୪୨, ମାର୍କସ ଷ୍ଟୋଇନି,ଅପରାଜିତ ୩୪ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ହର୍ଷ ପଟେଲ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ ।