IAS ଧିମାନ ଚକମା ସସପେଣ୍ଡ : ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଲାଞ୍ଚ ନେବା ପଡିଲା ମହଙ୍ଗା । ଧର୍ମଗଡ ଉପଜିଲ୍ଲାପାଳ ଆଇଏଏସ ଧିମାନ ଚକମା ସସପେଣ୍ଡ । ନିଲମ୍ବନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଜେଲରେ ବିଗିଡି ଥିଲା ଆଇଏଏସ ଧିମାନ ଚକମାଙ୍କ ସ୍ବାସ୍ଥ୍ୟବସ୍ଥା । ୧୦ ଲକ୍ଷ ଲାଞ୍ଚ ନେଇ ଗତକାଲି ଗିରଫ ହୋଇଥିଲେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଭବାନୀପାଟଣା ଜେଲ ପରିସରରେ ହଠାତ୍‌ ସେ ଡିପ୍ରେସନକୁ ଯାଇଥିଲେ । ତାଙ୍କୁ ଜେଲ୍ ଭିତରେ ଥିବା ମେଡିକାଲରେ ଭର୍ତ୍ତି କରାଯାଇ ଗୋଟିଏ ରାତି ନିରୀକ୍ଷଣରେ ରେଖା ଯିବା ପରେ ଆଜି(ମଙ୍ଗଳବାର) ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ନେଇ ସୂଚନା ଦେଇଛନ୍ତି ଭବାନୀପାଟଣା ଜେଲ ସୁପରିଟେଣ୍ଡ ସରୋଜ ବିଶ୍ବାଳ ।

 

ସୂଚନା ପ୍ରକାରେ, ଗତ ରବିବାର କ୍ରସର ମାଲିକଠୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ୪୭ ହଜାର ୬୦୦ ସହ ଟଙ୍କା ଜବତ କରିବା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ବିଭାଗ । ଗତକାଲି ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲା । ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ହେଲେ ଗତ ରାତିରେ ହଠାତ୍‌ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।

LEAVE A REPLY

Please enter your comment!
Please enter your name here