ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯବାନ ବିନୟ କୁମାର ସାହୁଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ହେଲେ CRPF ନବମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ।ତାଙ୍କ ଘର ଛତିଶଗଡ଼ର ଜନଜଗିରଚାପା ଜିଲ୍ଲା ଅନ୍ତର୍ଗତ ହସୋଦ ଗାଁରେ। ଆହତ ଯବାନଙ୍କ ନାଁ ବିନୟ କୁମାର। ତାଙ୍କ ଘର ବାଲୋଦ ଜିଲ୍ଲାର ସୋନପୁରର। ବିନୟଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଏହି ଘଟଣା ଘଟିଥିଲା। ନକ୍ସଲମାନେ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ସିଏଏଫ୍ ଯବାନ କମଳେଶ ସହିଦ ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଛତିଶଗଡ଼ରେ ଆଜି ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନିଜର ସ୍ଥିତି ଜାହିର କରିବା ପାଇଁ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ CRPF ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।