ଗଜପତି ( ବିପ୍ଲବୀ ପରିକ୍ରମା ):- ସ୍ୱାଧିନତାର ସାତ ଦସନ୍ଦି ପରେ ବି ଗଜପତି ଜିଲ୍ଲାର ଅନେକ ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁନଥିବା ବେଳେ ଏ ନେଇ ଗ୍ରାମବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଆସୁଥିଲେ । କିନ୍ତୁ କୌଣସି ଫଳାଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ରା. ଉଦୟଗିରି ଗୋଷ୍ଠୀ ଅଧିନସ୍ଥ ତୁବୁରୁସିଙ୍ଗି, ବାଲିଗୁମା ଓ ବେନୁସାହି ଗ୍ରାମର ଜନସାଧାରଣ ଜିଲ୍ଲାପାଳଙ୍କ ଆଓ୍ହାନ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ଜଣାଇଥିଲେ । ତିନି ଖଣ୍ଡ ଗ୍ରାମର ୧୧୨ ପରିବାର ଜନସଂଖ୍ୟା ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ । ତିନିଖଣ୍ଡ ଗ୍ରାମରେ ମାଟିରାସ୍ତା ଅଛି । କିନ୍ତୁ କୌଣସି ଯାନବାହାନ ଗ୍ରାମକୁ ଆସିପାରୁନାହିଁ । ବର୍ଷା ସମୟରେ ଶୋଚନୀୟ ଅବସ୍ଥାରେ ଯାତାୟତ ବନ୍ଦ ହୋଇ ଯାଉଛି । ବେନୁସାହି ଠାରୁ ଅନଘା ଗ୍ରାମପଞ୍ଚାୟତକୁ ପ୍ରାୟ ଦୂରତା ୭କିମି, ଛୋଟ ପିଲାମାନେ ପାଠ ପଢ଼ାପାଇଁ ହଉ କି ରାସନ ପାଇଁ କିମ୍ବା ଡ଼ାକ୍ତର ଖାନାକୁ ଯିବାକୁ ପଡେ ୭କି.ମି ଦୂରତା ରାସ୍ତା ଚାଲି ଯିବାକୁ ପଡେ । ଗର୍ଭବତୀ ମାଁ ମାନଙ୍କୁ ଗୁରୁତର ଅବସ୍ଥାରେ ଭାର ମାଧ୍ୟମରେ କାନ୍ଧରେ ବୋହି ଡ଼ାକ୍ତର ଖାନାକୁ ନେବାକୁ ପଡିଥାଏ ।
୨୦୧୦ ମସିହାରୁ ଆଜି ପର୍ୟ୍ୟନ୍ତ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଧାୟକ ମାନଙ୍କୁ ଦରଖାସ୍ତ ମାଧ୍ୟମରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ବେଳେ ଆଜି ରାସ୍ତା ନିର୍ମାଣ ନହେଲେ କୌଣସି ନେତାଙ୍କୁ ଗ୍ରାମରେ ନିର୍ବାଚନ ସମୟରେ ପ୍ରଚାର ପ୍ରସାର କରିବା ପାଇଁ ସୁଯୋଗ ନଦେବା ଏବଂ ଭୋଟ ବର୍ଜନ କରିବା ନେଇ ପ୍ରକାଶ କରିଛନ୍ତି ଗ୍ରାମବାସି ।