ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଇଏଫଏସ ନିଧି ତିୱାରୀ ନିଯୁକ୍ତ ହୋଇଛନ୍ତି । କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଭାବେ ଦାୟିତ୍ବ ତୁଲାଇବେ । ବ୍ୟକ୍ତିଗତ ସଚିବ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଏବଂ ଅନ୍ୟ କାମ ତଦାରଖ କରିବେ ନିଧି ।
ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ କରିଥିଲେ। ତିୱାରୀ ୨୦୧୩ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ।