ରାୟଗଡା ( ବିପ୍ଲବୀ ପରିକ୍ରମା ):- ରାୟଗଡା ଜିଲ୍ଲା ଚନ୍ଦ୍ରପୁର ପଞ୍ଚାୟତ ସମିତିରେ ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ଘଟଣା ଦେଖାଦେଇଛି l ପଞ୍ଚାୟତ ସମିତି ଅଧିନିୟମରେ ୨ ଲକ୍ଷରୁ ଉର୍ଦ୍ଧ ମୂଲ୍ୟ ପ୍ରକଳ୍ପର ଆର୍ଥିକ ମଞ୍ଜୁରୀ ନିମନ୍ତେ ଅଧ୍ୟକ୍ଷଙ୍କ ସ୍ଵାକ୍ଷର ଏକାନ୍ତ ଆବଶ୍ୟକ ଅଛି l ଏହି ନିୟମକୁ ଅଣଦେଖା କରି କୋଷାଧକ୍ଷ ସୁମଲ୍ୟ ରାଇକା ଚଞ୍ଚକତା ଦେଖାଇ ଅଧକ୍ଷଙ୍କ ବିନା ସ୍ଵାକ୍ଷରରେ ସମସ୍ତ ଆର୍ଥିକ ମଞ୍ଜୁରୀ ବିଲ ସହିତ UC ସାର୍ଟିଫିକେଟକୁ ପାରିତ କରିଛନ୍ତି l
ଏହି ବିଷୟରେ ଅଧ୍ୟକ୍ଷ ନିଜେ ଅବଗତ ହେବା ପରେ ଏକ ଲିଖିତ ଅଭିଯୋଗ ମାଧ୍ୟ୍ୟମରେ ରାୟଗଡା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି l