କଟକ ( ବିପ୍ଲବୀ ପରିକ୍ରମା ):- କଟକରେ ବେଆଇନ୍ ମାଂସ କଟା ଉପରେ ଚଢାଉ। ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍। ସିଏମସି ଡେପୁଟି କମିଶନର ଏବଂ ସ୍ବାସ୍ଥ୍ଯ ଅଧିକାରୀଙ୍କ ମିଳିତ ନେତୃତ୍ବରେ ଏନଫୋର୍ସମେଣ୍ଟ ଟିମ୍ କଟକର ବିଭିନ୍ନ ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ କରି ଦୋକାନ ଭାଙ୍ଗିବା ସହ ମାଂସ କଟା ଅସ୍ତ୍ର ଏବଂ କାଠଗଡାକୁ ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍। ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ବାସ୍ଥ୍ଯ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ୍ ରଖିଥିଲେ। ଏହା ପରେ ଆଜି ଆକ୍ସନ ମୋଡକୁ ଆସି ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କରି ବନ୍ଦ କରିଛନ୍ତି। ତେବେ ସହରରେ ଥିବା ପାଞ୍ଚଟି ପଞ୍ଜିକୃତ କିଲଖାନରେ ମାଂସ କାଟିବାକୁ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ସିଏମସି ଡେପୁଟି କମିଶନର। ଏହି ନିୟମ ଉଲଂଘନ ହେଲେ ଆଗକୁ ପୁଣି ବେଆଇନ୍ ମାଂସ କଟା ଦୋକାନ ଉପରେ ଚଢାଉ ହେବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର।