କରଞ୍ଜିଆ ପୋଲିସ ଦ୍ୱାରା ବେଆଇନ୍ ମୂରୁମ ବଝେଇ ଟ୍ରାକ୍ଟର ଜବତ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଂଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଦିନକୁଦିନ ବଢି ଚାଲିଛି ଖଣି ମାଫିଆଙ୍କ ରାଜ, କେଁଉଠି ବେଆଇନ୍ ବାଲି ଚାଲାଣ ହେଉଛି ତ କେଉଁଠି ମାଙ୍କଡ଼ା ପଥର ତ ଆଉ କେଉଁଠି ମୁରୁମ୍ ହୋଉଛି ଚାଲାଣ, ଯାହାଫଳରେ ବ୍ୟାପକ ରାଜସ୍ବହାନୀ ହେଉଥିବାବେଳେ ମାଲାମାଲ ହେଉଛନ୍ତି ଖଣିମାଫିଆ । ଏହି ଅଞ୍ଚଳ ଏବେ ବେଆଇନ ଖଣି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି । ତେବେ ଏହି ଅଞ୍ଚଳରୁ ବେଆଇନ ଭାବରେ ବିଭିନ୍ନ ନଦୀ ନାଳ ଏବଂ ଜଙ୍ଗଲ ପଡିଆରୁ ଦିନରେ ଜେ.ସି.ପି ସାହାଯ୍ୟରେ ବାଲି , ମୁରୁମ୍ ଉତଳନ କରି ଗଚ୍ଛିତ ରଖି ରାତିରେ ଟ୍ରାକ୍ଟର ସାହାଯ୍ୟରେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଜାଗାକୁ କରାଯାଉଛି ବେଆଇନ୍ ଚାଲାଣ । ଗତ କାଲି କରଞ୍ଜିଆ ତହସିଲଦାର ଏକ ବେଆଇନ୍ ବାଲି ଚାଲାଣ ହୋଉଥିବା ଏକ ଟ୍ରାକ୍ଟର ଯାହାର ନମ୍ୱର OR-09Q-45-05 ଜବତ୍ କରିଥିବା ବେଳେ କରଞ୍ଜିଆ ପୋଲିସ୍ ୩ଟି ବେଆଇନ୍ ମୁରୁମ ଚାଲାଣ କରୁଥିବା ଟ୍ରାକ୍ଟର କୁ ଜବତ କରିଥିଲେ। ତେବେ ସୂଚନାରୁ ପ୍ରକାଶ କି ଗତକାଲି ମଧ୍ୟରାତ୍ରି ପ୍ରାୟ ୨. ୩୦ ମିନିଟ୍ ସମୟରେ ଏସଆଇ ସୁଧାଂଶୁ ସେଠୀ , ଏଏସଆଇ ସାଲଖାନ୍ ହେମ୍ବ୍ରମ ଏବଂ ଟିମ୍ ରାତ୍ରି ପେଟ୍ରୋଲିଂ କରୁଥିବା ସମୟରେ ୩ ଟି ବେଆଇନ୍ ମୂରୁମ୍ ଟ୍ରାକ୍ଟର ତାଟ ପଟୁ କରଞ୍ଜିଆ ଆଡ଼କୁ ଆସୁଥିବା ସମୟରେ ପୋଲିସକୁ ଦେଖି ଦୃତ ଗତିରେ ଚମ୍ପଟ୍ ମାରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ପିଛା କରି ତାଟ ନିକଟରେ ଟ୍ରାକ୍ଟର କୁ ଛାଡ଼ି ଡ୍ରାଇଭର ମାନେ ଖସି ଚାଲିଯାଇଥିଲେ। ପୋଲିସ୍ ଟ୍ରାକ୍ଟର ୩ ଟି ଯାହାର ନମ୍ୱର OD-11AA-70-13 ଅନ୍ୟଟି OD -11E-6315 ହୋଇଥିବା ବେଳେ ଆଉ ଗୋଟେ ନମ୍ୱର ନଥିବା ଟ୍ରାକ୍ଟରକୁ ଜବତ୍ କରି ଥାନାକୁ ଆଣିଥିଲେ ଏବଂ ୨୫୪/୨୪ ନିମ୍ବର କେଶ୍ କରି ଏହାର ତଦନ୍ତ କରୁଥିବା ବେଳେ ଏହି ଟ୍ରାକ୍ଟର ଗୁଡ଼ିକ ତାଟ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି l

LEAVE A REPLY

Please enter your comment!
Please enter your name here