ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ଗଞ୍ଜାମରୁ ବିଦେଶ ସିମକାର୍ଡ ଲିଙ୍କ ମାମଲାରେ ଦୁଇଜଣକୁ ଗିରଫ କରିଛି ଆର୍ଯ୍ୟପଲ୍ଲୀ ଥାନା ପୋଲିସ। ଏମାନଙ୍କ ଠାରୁ ୭୦ ଟି ସିମ ସହ ୨୨ ଡ଼ଲାର ବିଦେଶୀ ଟଙ୍କା ଜବତ ହୋଇଛି। ନିଜ ବନ୍ଧୁ ବାନ୍ଧବଙ୍କ ନାଁରେ ସିମକାର୍ଡ କରି ଜାହାଜରେ ଆସୁଥିବା ବିଦେଶୀଙ୍କୁ ବିକ୍ରି କରୁଥିଲେ ଗଞ୍ଜାମ ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ ଯୁବକ, ଗିରଫ ଦୁଇଜଣ ହେଲେ କତୁରୁ ଗ୍ରାମର ଜି ସାମ୍ବା , ଏମ କାମେୟା। ଜି ସାମ୍ବା ଗୋପାଳପୁର ପୋର୍ଟରେ ଫୋର ମେନ ଭାବେ କାର୍ଯ୍ୟ କରୁଥିବା ବେଳେ ଜାହାଜରେ ଆସୁଥିବା ବିଦେଶୀ ମାନଙ୍କୁ ୨ହଜାର ରୁ ୩ହଜାର ଟଙ୍କାରେ ବିକ୍ରି କରୁଥିଲେ ସିମକାର୍ଡ।ଦୀର୍ଘ ଦିନ ଧରି ଏହିଭଳି ଭାବେ ବେଆଇନ ଭାବେ ସିମ କାର୍ଡ ବିକ୍ରି କରୁଥିବା ବେଳେ ଖବର ପାଈ ଆର୍ଯ୍ୟପଲ୍ଲୀ ଥାନା ପୋଲିସ ୟୁଏଇ ରୁ ଆସିଥିବା ଏକ ଜାହାଜରେ ସିମ ବିକ୍ରି ହେଉଥିଲା ବେଳେ ଜି ସାମ୍ବାଙ୍କୁ ଉଠାଇ ନେଇଥିଲା ପୋଲିସ। ଅଧିକ ପଚରା ଉଚୁରା କରିବା ପରେ ଏମ କାମେୟା ଠାରୁ ସିମ କାର୍ଡ ଆଣି ବିକ୍ରି କରିଥିବା ସୂଚନା ଦେଇଥିଲା l ଏହା ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା l ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆର୍ଯ୍ୟପଲ୍ଲୀ ଥାନା ପୋଲିସ l ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏହି ଲିଙ୍କ କେଉଁ ପର୍ଯ୍ୟନ୍ତ ବ୍ୟାପିଛି ତାହାର ଅଧିକ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼େଇ।