ଗଞ୍ଜାମ (ବିପ୍ଲବୀ ପରିକ୍ରମା ଡିଜିଟାଲ):- ଗଂଜାମ ଜିଲ୍ଲାର ୩ ଟି ବନଖଣ୍ଡରେ ଏକକାଳୀନ ହୋଇଛି, କୃଷ୍ଣସାର ମୃଗ ଗଣନା କାର୍ଯ୍ୟ । ସେହି କ୍ରମରେ ଗଂଜାମ ର ଗୈାରବ କୁହାଯାଉଥିବା, ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୪-୨୫ ବର୍ଷ ନିମନ୍ତେ ଶେଷ ହୋଇଛି । ୨୦୧୫ ମସିହା ପର ଠାରୁ, ଏହି ବନଖଣ୍ଡରେ ଦେଖା ଦେଇଥିବା ଏହି ବନ୍ୟପ୍ରାଣୀ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି । ସେହି ଅନୁସାରେ ଗତ ମୃଗ ଗଣନା ଅନୁଯାୟୀ ଏହି ବନଖଣ୍ଡରେ ୩୫୦ ରୁ ଉର୍ଦ୍ଧ୍ବ କୃଷ୍ଣସାର ମୃଗ ରହିଥିବା ଜଣା ପଡିଥିଲା ।
ଚଳିତବର୍ଷ ଗଣନା ତଥ୍ୟ ପ୍ରକାଶ ପାଇନଥିବା ବେଳେ, ତଥାପି ଚଳିତବର୍ଷ ଏମାନଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଛି, ବନବିଭାଗ । ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ, ଏମାନଙ୍କ ସଂଖ୍ୟା । ଏହି ବନଖଣ୍ଡର ୧୮ ଟି ଟିମ୍ ଜରିଆରେ ଗଣନା ହୋଇଥିବା ବେଳେ, ୧୦୦ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ ନନ୍ଦନକାନନରୁ ଆସିଥିବା ଜୁ ଭଲ୍ୟୁଣ୍ଟିଅର ହୋଇଥିଲେ ।