ବ୍ରିଟେନରେ ସରିଲା ସୁନକ ସରକାର
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଟ୍ରେନରେ ସରିଲା ସୁନକ ରାଜ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ। କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେୟର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ । ପରାଜୟ ପାଇଁ ନିଜକୁ ଦାୟୀ କଲେ ଋଷି ସୁନକ । ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି ।ସରକାର ଗଠନ ପାଇଁ ମ୍ୟଜିକ ନମ୍ବର ୩୨୬ ଥିଲା । ୪୦୦ ପାର ସହ ଏହାକୁ ସହଜରେ ଅତିକ୍ରମ କରିସାରିଛି ଲେବର ପାର୍ଟି । ଲେବର ପାର୍ଟିର ନେତା କେୟର ଷ୍ଟାରମର କହିଛନ୍ତି, ମତଦାତା ମାନେ ନିଜର ନିଷ୍ପତ୍ତି ଜଣାଇଛନ୍ତି ଏବଂ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି । ଲେବର ପାର୍ଟି ତରଫରୁ କେୟର ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ
।ଏବେ ବ୍ରିଟେନରେ ସରକାର ପରିବର୍ତ୍ତନ ପରେ, ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଭାରତର ଜ୍ୱାଇଁ ରିଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇ ଦେଶର ସମ୍ପର୍କ ମଜବୁତ ହୋଇଥିଲା।ଏବେ ଯଦି ସରକାର ପରିବର୍ତନ ହୋଇଛି ତେଣୁ ଦୁଇ ଦେଶ ମଧ୍ୟରେ ଯେଉଁ ମୁକ୍ତ ବାଣିଜ୍ୟ ପାଇଁ ଦୁଇ ବର୍ଷ ହେଲା କଥାବାର୍ତ୍ତା ଚାଲିଛି। ଏହା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି।