ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିହାରର ଭାଗଲପୁର ଠାରେ ପିଏମ କିସାନ ସମ୍ମାନନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିସାନ ସମ୍ମାନ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ ମାରି ଅର୍ଥ ପ୍ରେରଣ କରାଯାଇଥିଲା l ଏହି ପରିପ୍ରେକ୍ଷିରେ ସୋମବାର ଗଞ୍ଜାମ ଜ଼ିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧିକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିବା ସହ ୧୯ ତମ କିସ୍ତି ନିଜ ଖାତାକୁ ଆସିବା ଦେଖି ଖୁସି ବ୍ୟକ୍ତ କରିଥିଲେ l ଗଞ୍ଜାମ ଜ଼ିଲ୍ଲାର୧. ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିସାନ କିସ୍ତି ଡିବିଟି ମାଧ୍ୟମରେ ଯାଇଛି l ନୂଆ ସର୍ଭେ ଅନୁସାରେ ଗଞ୍ଜାମ ଜ଼ିଲ୍ଲା ର ଆଉ ୨୦ ହଜାର ଚାଷୀ ଚି଼ହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ କିସ୍ତି ଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି , ଏହା ସହ କେହି ବାଦ ରହିବେନି ବୋଲି ମଧ୍ୟ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଉଦ୍ୟାନ ବିଭାଗର ଉପନିର୍ଦେଶକ କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁଜିତ୍ କୁମାର ନାଥ, ପ୍ରଦୀପ କୁମାର ପଟ୍ଟନାୟକ,ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) ମଞ୍ଛାସିନ ଥିଲେ l ଋଷିକୂଲ୍ୟା ସମ୍ବିଳନୀ କକ୍ଷର ମଞ୍ଚ ସାମ୍ନାରେ ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ ବିଟିମ୍ ଓ ଏଟିମ୍ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ଆତ୍ମାର ଉପପ୍ରକଳ୍ପ ନିର୍ଦ୍ଦେଶକ ବସୁଦେବ ଶତପଥୀ ପରିଚାଳନା କରିଥିଲେ l