(ରାୟଗଡା); ଆଗକୁ ୨୦୨୪ ନିର୍ବାଚନ। ଏବେଠୁ ଅଙ୍କକଷିବା ଆରମ୍ଭ କଲାଣି ରାଜ୍ୟ କଂଗ୍ରେସ(Congress) । ସମର୍ଥକଙ୍କୁ ଏକ କରି କିପରି ୨୪ନିର୍ବାଚନୀ ବୈତରଣୀ ପାର ହେବ ସେନେଇ କଂଗ୍ରେସ କରିଛି ମାନସ ମନ୍ଥନ । ରାୟଗଡା(Rayagada) ଜିଲ୍ଲା ବିଷମକଟକ ଠାରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଆରମ୍ଭ କରିଛି କଂଗ୍ରେସ, କଂଗ୍ରେସ ପ୍ରଚାର କମିଟି ଅଧକ୍ଷ୍ୟ ବିଜୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିଷମକଟକ ବ୍ଲକର କମ୍ୟୁନିଟି ସେଣ୍ଟର ହଲ ଠାରୁ ନେତାଜୀ ଛକ ପର୍ଯ୍ୟନ୍ତ କଂଗ୍ରେସର ଏକ ବିଶାଳ ଜନ ଜାଗରଣ ପଦଯାତ୍ରା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଶାସନ ସମୟରେ ହୋଇଥିବା ଜନହିତକର କାର୍ଯ୍ୟ ସମ୍ପର୍କରେ ଶ୍ରୀଯୁକ୍ତ ପଟ୍ଟନାୟକ ଉଦବୋଧନ ଦେଇ ଲୋକଙ୍କୁ ବୁଝାଇଥିଲେ I ତେବେ ଏହି କାର୍ଯ୍ୟକ୍ରମରେ ବିଷମକଟକ ନିର୍ବାଚନ ମଣ୍ଡଳୀର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ, ସାଧାରଣ ଜନତା ଓ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସର ଏହି ରଣନୀତି ଜନତାଙ୍କୁ କେତେ ଆକ୍ରୁଷ୍ଟ କରୁଛି ।