ଠାକୁରମୁଣ୍ଡା ଠାରେ ୨୮ କୁଇଣ୍ଟାଲ୍ ପୋଚ ନଷ୍ଟ ସହିତ ୬୦ ଲିଟର ମହୁଲି ମଦ ଜବତ  

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ସରାଷପୋଶି ଗ୍ରାମ ନିକଟ ଦେଇ ଯାଇଥିବା ଝରଣା କୂଳରେ ଆଜି ସକାଳେ କୌଣସି ସୂତ୍ରରୁ ସେଠାରେ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ମିଳିତ ଚଢ଼ାଉ କରି ମହୁଲି ମଦ ପ୍ରସ୍ତୁତି ନିମନ୍ତେ ଥିବା ପୋଚ ନଷ୍ଟ କରିବା ସହିତ ମହୁଲି ମଦ କୁ ଜବତ କରିଛନ୍ତି ।ଏହି ଗ୍ରାମ ମଧ୍ୟ ଦେଇ ଯାଇଥିବା ଝରଣା କୂଳରେ ମହୁଲି ମଦ ପ୍ରସ୍ତୁତ କରି ଚୋରା ରେ ମଦ ବିକ୍ରି ହେଉଥିବା ର ଅବକାରୀ ବିଭାଗ ନିକଟରେ ସୂଚନା ମିଳିଥିଲା। ଅବକାରୀ ଥାନା ଓଆଇସି ଭାରତୀ ନାଏକ ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଓ ଠାକୁରମୁଣ୍ଡା ଥାନା କର୍ମଚାରୀ ମିଳିତ ଭାବେ ରବିବାର ଝରଣା କୁଳ ରେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ସ୍ଥାନ ଉପରେ ଚଢ଼ାଉ କରିଥିଲେ।ଅବକାରୀ ଓ ପୋଲିସ କର୍ମଚାରୀ ଙ୍କୁ ଦେଖି ଚୋରା ବେପାରୀ ମାନେ ସେଠାରୁ ଖସି ପଳାଇ ଯାଇଥିଲେ।ଘଟଣାସ୍ଥଳ ରେ ମିଳିଥିବା ୨୮ କୁଇଣ୍ଟାଲ୍ ମହୁଲ ପୋଚକୁ ବିଭାଗ କର୍ମଚାରୀ ମାନେ ନଷ୍ଟ କରିଥିବା ବେଳେ ୬୦ ଲିଟର ମହୁଲି ମଦକୁ ଜବତ କରିଥିଲେ।ଏଥି ସହିତ ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ।ଏନେଇ ଠାକୁରମୁଣ୍ଡା ଅବକାରୀ ଥାନା ପୋଲିସ ୧୫୦/୨୪ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଠାକୁରମୁଣ୍ଡା ଠାରେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଦେଶୀ ମଦ ଜବତ୍ ହେଲେ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ନହୋଇ ଫେରାର ହୋଇଯାଇଥିବା ରୁ ଅବକାରୀ ବିଭାଗକୁ ନେଇ ଏବେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି ।

 

LEAVE A REPLY

Please enter your comment!
Please enter your name here