ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସମଗ୍ର ଦେଶରେ ସାତ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଆଜି ହେଉଛି ରେଜଲ୍ଟ ଆସିବାର ଦିନ । କେନ୍ଦ୍ରରେ କିଏ ସରକାର ଗଢ଼ିବ ତାହା ଆଜି ସ୍ପଷ୍ଟ ହୋଇଯିବ । ମୋଦି ପୁଣି ଥରେ ହାଟ୍ରିକ ମାରି ସରକାର ଗଠନ କରିବେ ନା ଇଣ୍ଡିଆ ବ୍ଲକ୍ ବାଜି ମାରିବ ତାହା ଜାଣିବାକୁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଅଛନ୍ତି।ତେବେ ଏ ଏହା ପୂର୍ବରୁ , ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି। ୪ଶହ ପାର୍ ବନାମ୍ ୨୯୫ ପ୍ଲସ୍ ଦମ୍ଭୋକ୍ତିକୁ ନେଇ ସରକାର ଗଢ଼ିବା ଆଶାରେ ଉଭୟ କ୍ୟାଂପ୍। ଏସବୁ ଭିତରେ ଗତକାଲି ମାରାଥନ୍ ବୈଠକ କରି, ତୃତୀୟ ପାଳିର ୧୦୦ ଦିନ ପାଇଁ ରୋଡମ୍ୟାପ୍ ସମୀକ୍ଷା କରିଛନ୍ତି ମୋଦି। କେଉଁଠି NDAକୁ ୪ଶହ ପାର୍ କରାଇବାକୁ ପୂଜା-ପ୍ରାର୍ଥନା ତ ଆଉ କେଉଁଠି ପ୍ରସ୍ତୁତ ହୋଇ ସାରିଲାଣି ‘ମୋଦି ମିଠା’।
ବିଜେପି ଶିବିରରେ ଅପୂର୍ବ ଉତ୍ସାହ ଆଣିଛି ଏକ୍ଜିଟ ପୋଲ୍ ଆକଳନ। ମୋଦି ସରକାରର ତୃତୀୟ ଇନିଂସ ପାଇଁ ପଦ୍ମ କ୍ୟାମ୍ପରେ ଫୁଲ୍ କନଫିଡେନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜ ତୃତୀୟ ପାଳି ପାଇଁ ଆରମ୍ଭ କଲେଣି କସରତ। ଗତକାଲି ମାରାଥନ୍ ବୈଠକ କରିବା ସହିତ କେନ୍ଦ୍ର ସରକାରଙ୍କ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥା ସମୀକ୍ଷା କରି, ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ।କେବଳ ଏତିକି ନୁହେଁ, କନ୍ୟାକୁମାରୀ ସାଧନା ପରେ ସାମ୍ନାକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ନୂଆ ସଂକଳ୍ପରେ ବି ଦେଖିବାକୁ ମିଳିଛି ‘ମୋଦି ସରକାର 3.0’ ର ଝଲକ୍। ସେଥିରେ ମୋଦି ‘୨୦୪୭ ବିକଶିକ ଭାରତ’ କଥା ଉଲ୍ଲେଖ କରିଛନ୍ତି >ବର୍ତମାନ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ ।
ପ୍ରଥମ ଟ୍ରେଣ୍ଡରେ ଆଗରେ ରହିଛି ଏନଡିଏ, ପଛରେ ପଡିଛି ଇଣ୍ଡିଆ ମେଣ୍ଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଆଗରେ ରହିଛି । ୮୭ ଲୋକସଭା କ୍ଷେତ୍ରରୁ ଏନଡିଏ ମେଣ୍ଟ ୪୫ଟି ଆସନରେ ଆଗୁଆ ଥିବାବେଳେ, ଇଣ୍ଡିଆ ମେଣ୍ଟ ୩୮ ଆସନରେ ଆଗୁଆ ରହିଛି । ସେହିପରି ୪ଟି ସିଟରେ ଅନ୍ୟ ଆଗୁଆ ଅଛନ୍ତି । ସେପଟେ ରାଜ୍ୟରେ ଗୋଟିଏ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗୋଟିଏ ସିଟରେ ବିଜେଡି ଆଗୁଆ ରହିଛି ।ଯଦି ଏକ୍ଜିଟ୍ ପୋଲ୍ ଏକ୍ଜାଟ୍ ପୋଲ ହୁଏ ତେବେ ଲଗାତାର ୩ୟ ଥର ପ୍ରଧାନମନ୍ତ୍ରୀ ବନିବାରେ, ନରେନ୍ଦ୍ର ମୋଦି ହେବେ ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।