ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାରେ ଘରେ ଘରେ ଶ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାର ମୋହନା ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ବିଜେଡିର ତୃଣମୂଳସ୍ତରର କର୍ମୀ ଓ ଦଳୀୟ ନେତୃବୃନ୍ଦ ଘରକୁ ଘର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ତାଙ୍କର ଆଦର୍ଶ, ଦଳର ଶୃଙ୍ଖଳିତ ଅନୁଶାସନ ସମ୍ପର୍କରେ ଲୋକଙ୍କୁ ବୁଝାଇବେଏନେଇ ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜୁ ରାଜୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାବ୍ୟାପୀ ଆସନ୍ତା ମାର୍ଚ୍ଚ ମାସ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନବୀନ ସରକାରଙ୍କ ବିକାଶର ବାର୍ଭା ଘରେ ଘରେ ଯେମିତି ପହଞ୍ଚିବ ସେନେଇ ନେତା ଓ କର୍ମୀ ବେଶ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି।