ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁ ପ୍ରତିକ୍ଷୀତ ଅନ୍ତ ଘଟାଇ ଆରମ୍ଭ ହେଲା ମଣ୍ଡି lଚାଷୀଙ୍କ ଦ୍ୱାରା ଅମଳ ଧାନକୁ ଦେବା ପାଇଁ ଆସିକା ବ୍ଲକ ର ଖରିଆ ପଂଚାୟତ ର ଘଟକୁରି ସେବା ସମବାୟ ସମିତି ଠାରେ ଖୋଲିଲା ମଣ୍ଡି lଏହି ସେବା ସମିତି ରେ ଧାନ ଦେବାପାଇଁ ୨୦୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୭୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା ଲକ୍ଷ ଧାର୍ଯ୍ୟ ହୋଇଥିବା ଉପ ଜିଲ୍ଲାପାଳ ଅନିଲ ସେଠୀ ପ୍ରକାଶ କରିଛନ୍ତି l ସେହିଭଳି ଧାନ ଏଫ କ୍ୟୁ ମାନ ରେ କୋହଳ ପାଇଁ କମିଟି ଗଠନ ହୋଇଛି l ତତ ସାଙ୍ଗେ ବୀମା କରିବା ସକାଶେ ଶେଷ ଦିନ ରହିଥିବା ଯୋଗୁଁ ଆଜିହିଁ ଚାଷୀ ସମୃକ୍ତ ରାଜସ୍ବ କାର୍ଯାଳୟ ରେ ପହଂଚି ବୀମା ଭୁକ୍ତ ହେଲେ କ୍ଷତି ମିଳିବ ବୋଲି ବିଧାୟକ ସରୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି l
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ l ମହିଳା ଙ୍କୁ ଆର୍ଥିକ ଉନ୍ନତି ପାଇଁ ଅଗ୍ରାଧିକାର ଦେଇ ଧାନ ମଣ୍ଡି ର ଦାୟିତ୍ୱ ସରକାର ପ୍ରଦାନ କରିଛନ୍ତି l ଚଳିତ ବର୍ଷ ଆସିକା ବ୍ଲକ ଏବଂ ଏନ ଏ ସି ର ଚାଷୀ ଠାରୁ ଧାନକୁ ମଣ୍ଡିକୁ ଯିବା ନିମନ୍ତେ ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ୧୮ ଗୋଟି ସେବା ସମବାୟ ସମିତି (ପେକ୍ସ )ମିଶି ମୋଟ ୩୨ ଗୋଟି ମଣ୍ଡି କେନ୍ଦ୍ର ଖୋଲିବାକୁ ସ୍ଥିର ହୋଇଛି l
ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ,ଅତିରିକ୍ତ ଉପ ଜିଲ୍ଲାପାଳ ବିଶ୍ୱରଂଜନ କଁଅର, ମଣ୍ଡି ର ନୋଡାଲ ଅଧିକାରୀ ଆସିକା ତହସିଲଦାର ସଂଗୀତା ସେନ, ଏନ ଏ ସି ଅଧକ୍ଷl ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ,,ବରିଷ୍ଠ ସମାଜସେଵୀ, ସତ୍ୟ ନାରାୟଣ ସ୍ୱାଇଁ, ଉପସ୍ଥିତ ଥିଲେ l