ଝାରସୁଗୁଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ାଉ l ଭୋର ୫ ଟା ରୁ ଚଢ଼ାଉ କରୁଛି ଆୟକର ବିଭାଗ। ପ୍ରାୟ ୧୯ ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଚଢ଼ାଉରେ ସାମିଲ ଅଛନ୍ତି l ୧୮୦ ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି l ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବରରେ ଆୟାକର ବିଭାଗ ର ରେଡ୍ ଚାଲିଛି । ୩ଟି ଅଫିସ ବନ୍ଦ ରହିଥିବା ବେଳେ ତାହା ପରେ ଚଢାଉ କରାଯିବ,ଦୀପାଳି ପୁରୀରୁ ଫେରିଲେ ସେହି ଅଫିସରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି । ଆୟକର ଫାଙ୍କିବା ଅଭିଯୋଗରେ ତନାଘନା କରୁଛି ଆୟକର ବିଭାଗ ।
ସୂଚନା ଯୋଗ୍ୟ ଜାନୁୟାରୀ ୧୭ ତାରିଖରେ ମଧ୍ୟ ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଥିବା ଅଭିଯୋଗରେ ଚଢ଼ାଉ କରିଥିଲା ଆଇଟି । ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ରେଡ୍ ହୋଇଥିଲା । ଆୟକର ବିଭାଗର ୨ ଟିମ୍ ରେଡ୍ରେ ସାମିଲ ଥିଲେ ।