ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଶୁଣ୍ଡି ସାହିରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ, ସହରର ତିନୋଟି ସ୍ଥାନରେ ଚଢ଼ାଉ କରିଛନ୍ତି ଆୟକର ବିଭାଗର ଅଧିକାରୀ, ପାରଳାଖେମୁଣ୍ଡି ସହରର ବିଶିଷ୍ଟ ମଦ ବ୍ୟବସାୟୀ ତ୍ରୀପତି ସାହୁକାର ଓ ଲୋକେଶ୍ବର ସାହୁକାର ଙ୍କ ଘର ଓ ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଚଢ଼ାଉ କରାଯାଈଥିଲା | ଭୋର ସକାଳୁ ୪:୩୦ ମିନିଟ୍ ରୁ ସନ୍ଧ୍ୟା ୬:୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରଥମ ଦିନର ଚଢ଼ାଉ ଚାଲିଥିଲା । ପୁଣିଥରେ ଆସନ୍ତା କାଲି ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଜଣା ପଡ଼ିଛି, କାହିଁକି ଏ ଚଢାଉ କରାଯାଇଛି ସେ ସମ୍ପର୍କରେ ଚଢ଼ାଉରେ ସାମିଲ ଥିବା ଅଧିକାରୀ କୈାଣସି ସୁଚନା କିମ୍ବା ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଆହୁରି ଅନେକ କିଛି ଯାଞ୍ଚ କରିବା ବାକି ରହିଥିବା କୁହାଯାଉଛି । ହୁଏତ ଚଢ଼ାଉ ପରେ ଅଧିକ ସୁଚନା ଦେଇପାରେ ତଦନ୍ତକାରୀ ସଂସ୍ଥା । ମୋଟ ତିନୋଟି ସ୍ଥାନରେ ଦିନ ତମାମ ୧୫ ରୁ ଅଧିକ ଅଧିକାରୀ ଙ୍କ ଚଢାଉ ମଧ୍ୟରେ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଓ ନଥିପତ୍ର ପାଇଥିବା ଅନୁମାନ କରାଯାଉଛି। ଆଜି ଦିନ ତମାମ ଚଢ଼ାଉ ସମୟରେ ବହୁ କିଛି ଦସ୍ତାବିଜର ଯାଞ୍ଚ କରିବା ସହ ଘରର ସବୁକିଛି ତନ୍ନତନ୍ନ କରି ପରଖୁ ଥିବା ଜଣାପଡିଛି । ଏଘରରୁ ସେ ଘର ଏବଂ ସେଘରରୁ ଏଘରକୁ ଏପଟେ ସେପଟେ ହେଉଥିଲେ ଅଧିକାରୀ। ଆଉ ଦିନ ତମାମ ଚାଲିଥିଲା ରେଡ୍, ହେଲେ ଅଖା ବସ୍ତା ମଧ୍ୟରେ କଣ ସବୁ ନେବା ଆଣିବା କରୁଥିଲେ ଦସ୍ତାବିଜ ନା ଆଉକିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।