ରାଜ୍ୟରେ ଅସମ୍ଭାଳ ତାତି 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମାର୍ଚ୍ଚ ପହିଲାରୁ ଗ୍ରୀଷ୍ମ ଭଳି ପବନ ବହିବା ଆରମ୍ଭ ହୋଇଯାଇଛି l ବସନ୍ତ ଋତୁରେ ଗ୍ରୀଷ୍ମର ଝଲକ ଦେଖିବାକୁ ମିଳୁଛି। ଏବେଠୁ ତାତି ରେକର୍ଡ କରୁଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ଅସମ୍ଭାଳ ହେବାର ଆଶଙ୍କା ବଢିଯାଉଛି l ତେବେ ଜଳବାୟୁ ପରିବର୍ତ୍ତନ, ଜୀବଜଗତ ଉପରେ ବଡ଼ଧରଣର ପ୍ରଭାବ ପକାଇବା ଦେଖିବାକୁ ମିଳୁଛି l ଦିନର ତାପମାତ୍ରା ପାଖାପାଖି ୫୦ ଡିଗ୍ରି ସେଲସିୟସ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି l ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ସହ ଖରାରେ ବାହାରକୁ ଯିବା ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

 

ତେବେ ନିହାତି ଅତ୍ୟାବଶ୍ୟକ ନ ହେଲେ ଘରୁ ବାହାରନ୍ତୁ ନାହିଁ, ଯଦି ବାହାରୁଛନ୍ତି ତେବେ ସାଙ୍ଗରେ ଖରାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଯେପରିକି ପାଣିବୋତଲ, ଛତା, ସୂତା ଗାମୁଛା( ଓଦା କରି ମୁଣ୍ଡରେ ଦେବା ) ଆଦି ପ୍ରତିକାର କରି ବାହାରକୁ ବାହାରିବା ପାଇଁ ସଚେତନ କରାଯାଇଛି l

LEAVE A REPLY

Please enter your comment!
Please enter your name here