ଆଜି ଭାରତ ବନ୍ଦ; ଅଖ ଚକ ଜାମ୍

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ସଙ୍ଗଠନ । ଯାହା ଫଳରେ ଆଜି ସବୁଠି ଚକା ଜାମ୍ କରିବେ ଚାଷୀ । ବଡ କଥା ହେଉଛି ଭାରତ ବନ୍ଦ ଡାକରାକୁ କଂଗ୍ରେସ ସହ ବିରୋଧୀ ମଧ୍ୟ ସମର୍ଥନ ଜଣାଇଛି । ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରି କୃଷକ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଅପରାହ୍ନ ୪ଟା ଯାଏ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି ।

ଦିଲ୍ଲୀ ହରିୟାଣାର ଶମ୍ଭୁ ସୀମାରେ କେନ୍ଦ୍ର ସରକାର ଯେଉଁଭଳି ଭାବେ କୃଷକ ମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ କଳ, ବଳ, କୌଶଳ ଲଗାଇଦେଇଛନ୍ତି ତାହାକୁ ବିଭିନ୍ନ କୃଷକ ସଂଗଠନ ସମେତ ଟ୍ରେଡ ୟୁନିୟନ ଗୁଡିକ ମଧ୍ୟ ନିନ୍ଦା କରିଛନ୍ତି । ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଷଡଯନ୍ତ୍ର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି ।ତେବେ ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ନ ମିଳିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ l

LEAVE A REPLY

Please enter your comment!
Please enter your name here