ବିଶ୍ବର 4ର୍ଥ ବୃହତ୍ତ ଷ୍ଟକ୍‌ ମାର୍କେଟ ହେଲା ଭାରତ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରେକର୍ଡ କଲା ଭାରତୀୟ ଷ୍ଟକ୍ ମାର୍କେଟ୍ । ବିଶ୍ବର ଅନେକ ବଡ଼ ବଡ଼ ଷ୍ଟକ୍ ମାର୍କେଟକୁ ପଛରେ ପକାଇ ଶୀର୍ଷ 5 ତାଲିକାରେ ନିଜ ନାଁ ପକ୍କା କରିଛି ଭାରତୀୟ ଷ୍ଟକ୍ ମାର୍କେଟ୍ । ମାର୍କେଟ କ୍ୟାପିଟାଲ ଅନୁସାରେ, ହଂକଂକୁ ଅତିକ୍ରମ କରି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଷ୍ଟକ୍ ମାର୍କେଟରେ ପରିଣତ ହୋଇଛି । ତେବେ ହଂକଂକୁ ପଛରେ ପକାଇ ଭାରତର ବଜାର ପୁଞ୍ଜିକରଣ 4.0 ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଆମେରିକାର ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ବିଶ୍ୱର ସର୍ବବୃହତ ଷ୍ଟକ୍ ମାର୍କେଟ । ଯାହାର ମାର୍କେଟ କ୍ୟାପ୍‌ 50.1 ଟ୍ରିଲିୟନ ଡଲାର ରହିଛି । ସେହିପରି ଏହା ପଛକୁ ଚିନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଜାପାନ ତୃତୀୟ, ଭାରତ ଚତୁର୍ଥ ଓ ହଂକଂ ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟକ୍ ମାର୍କେଟ ।

LEAVE A REPLY

Please enter your comment!
Please enter your name here