ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଲା ଭାରତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେନ ଓ୍ବିଲିୟମସନ ୮୧ ରନ କରିଥିବାବେଳେ ମିଚେଲ ସାଣ୍ଟନର ୨୮ ରନ ଓ ଓ୍ବିଲ ୟଙ୍ଗ ୨୨ ରନ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ଭାରତ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ଘାତକ ବୋଲିଂର ପ୍ରଦର୍ଶନ କରିବା ସହ ୫ଟି ଓ୍ବିକେଟ ନେଇଥିଲେ । ସେହିପରି ରାଚିନ ରବୀନ୍ଦ୍ର, ଓ୍ବିଲିୟମ ଓରୁରକି, ମିଚେଲ ସାଣ୍ଟନର, କାଇଲ୍ ଜେମସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here