ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ : ବିରାଟ କୋହଲିଙ୍କ ଦମ୍‌ଦାର ଶତକ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚାମ୍ପିୟନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍ ଭାରତ ୬ ୱିକେଟ୍‌ରେ ଜିତି ନେଇଛି । ଟାର୍ଗେଟର ପିଛା କରି, ଟିମ୍ ଇଣ୍ଡିଆ ୪୫ ବଲ୍ ବାକି ଥାଇ ବିଜୟ ହାସଲ କରି ନେଇଛି ଭାରତ । ପାକିସ୍ତାନ ଦେଇଥିବା ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ୧୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ । କୋହଲି ବିଜୟୀ ଚୌକା ମାରିବା ସହିତ ଶତକ ମଧ୍ୟ ପୂରଣ କରିଛନ୍ତି । ୨୪୨ ରନ୍‌ ଟାର୍ଗେଟ ପିଛା କରିବାକୁ ଓହ୍ଲାଇ ଭାରତ ଆକ୍ରାମକ ଷ୍ଟାର୍ଟ କରିଥିଲା । କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଆକ୍ରାମକ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର୍‌ ୩୧ ବେଳେ ଭାରତ ରୋହିତ ଶର୍ମାଙ୍କ ୱିକେଟ୍‌ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ରନ୍‌ ମେସିନ୍ ବିରାଟ କୋହଲି । ଏହାପରେ ବିରାଟ କୋହଲି ଓ ଶୁଭମନ୍‌ ଗିଲଙ୍କ ମଧ୍ୟରେ ଅର୍ଦ୍ଧ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଗିଲ୍‌ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ପାଭେଲିୟନ ଫେରିଥିଲେ । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । କୋହଲି ୧୧୧ ବଲ୍‌ରେ ଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ୫୬ ରନ୍ କରି ଆଉଟ୍ ହୋଇଥିଲେ ।

ଏହାପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଟିମ୍‌ ଇଣ୍ଡିଆର ବୋଲିଂ ଆଟାକ୍‌ ଆଗରେ ୨୪୧ ରନ୍ ହିଁ କରି ପାରିଥିଲା । ସାଦ୍‌ ଶକିଲଙ୍କ ଅର୍ଦ୍ଧ ଶତକୀୟ ପାଳି ସତ୍ତ୍ୱେ ପାକିସ୍ତାନ ୨୫୦ ରନ ସ୍କୋର ମଧ୍ୟ କରି ପାରିନଥିଲା । ପାକିସ୍ତାନ ଦଳ ପୁଣି ଥରେ ଧିମା ବ୍ୟାଟିଂ କରି ଅଧିକ ସ୍କୋର୍‌ କରିବାରେ ବିଫଳ ହୋଇଥିଲା । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ହାରି ସାରିଛି ।

ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ କୂଳଦୀପ ଯାଦବ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ୍‌ ନେଇଥିଲେ । ହର୍ଷିତ ରାଣା ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ପାକିସ୍ତାନ୍‌କୁ ବଡ଼ ସ୍କୋର୍‌ କରିବାରୁ ରୋକିଥିଲେ ।

LEAVE A REPLY

Please enter your comment!
Please enter your name here