ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତ ଓ ନେପାଳ ମଧ୍ୟରେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଟିମ ନିଜ ଦବଦବା ବଜାୟ ରଖିଥିଲା ।ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ମଧ୍ୟ ଖୋ ଖୋ ଫାଇନାଲ ମ୍ୟାଚରେ ନେପାଳକୁ ହରାଇ ବିଶ୍ୱ ବିଜେତା ଟାଇଟଲ ହାସଲ କରିଛନ୍ତି । ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଛି ଭାରତୀୟ ପୁରୁଷ ଟିମ୍ । ପ୍ରତୀକ ଓ୍ବାଇକରଙ୍କ ଉଚ୍ଚକୋଟୀର କ୍ୟାପଟେନ୍ସି ଓ ରାମଜୀ କଶ୍ୟପଙ୍କ ଦକ୍ଷତାପୂର୍ଣ୍ଣ ଖେଳ, ଟିମକୁ ବିଜୟର ବାଟ ଦେଖାଇଥିଲା । ପୁରୁଷ ଓ ମହିଳା ଖୋ ଖୋ ଟିମର ଏହି ସ୍ୱର୍ଣ୍ଣିମ ସଫଳତାରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।