ଟି-୨୦ ସିରିଜ୍ ଜିତିଲା ଭାରତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତ ମାଟିରେ ମାଟି କାମୁଡ଼ିଲା ଇଂଲଣ୍ଡ ଟିମ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଉପରେ ଭାରତର କବଜା । ଚତୁର୍ଥ ମ୍ୟାଚରେ ୧୫ ରନରେ ଇଂଲଣ୍ଡକୁ ହରାଇଲା ଭାରତୀୟ ଟିମ୍ । ଆଉ ଟିମ୍ ଇଣ୍ଡିଆର ବୋଲର ରବି ବିଷ୍ଣୋୟୀ ଓ ହର୍ଷିତ ରାଣାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍ ପୂରାପୁରି ଘାଇଲା ହୋଇଗଲା । ଉଭୟ ରବି ବିଷ୍ଣୋୟୀ ଓ ହର୍ଷିତ ରାଣା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ତେଣୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଟିମ୍ ଇଣ୍ଡିଆ ପକ୍ଷରୁ ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here