ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ପରାମର୍ଶ : ବୈଦେଶିକ ମନ୍ତ୍ରଣାଳୟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-:ଭାରତୀୟ ନାଗରିକଙ୍କୁ ପାକିସ୍ତାନ ନଯିବାକୁ ସତର୍କ କରାଇବା ସହ ପରାମର୍ଶ ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । କୌଣସି ପରିସ୍ଥିତିରେ ବି ପାକିସ୍ତାନ ଗସ୍ତ ନକରିବାକୁ କୁହାଯାଇଛି ଏଥିସହ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କ ମଧ୍ୟ ଭାରତ ତୁରନ୍ତ ଫେରି ଆସିବାକୁ କୁହାଯାଇଛି । ସୁରକ୍ଷା କ୍ୟାବିନେଟ କମିଟିର ପାକିସ୍ତାନ ବିରୁଦ୍ଧରେ କୂଟନୀତି ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଏହି ପରାମର୍ଶ ଜାରି କରାଯାଇଛି । ଅନ୍ୟପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ । ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here