ଭାରତର ଆକ୍ସନ ମୁଡରେ : ଛାନିଆ ପାକିସ୍ତାନ, ଚୀନ ର ଶରଣ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରହାର ଆରମ୍ଭ କରିଛି ଭାରତ । ଯାହାକୁ ନେଇ ଛାନିଆ ହୋଇ ପଡି ଚୀନର ଶରଣ ପଶିଛି ପାକ । ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଚୀନକୁ ଅବଗତ କରାଇଛି ଶତୃଦେଶ ପାକିସ୍ତାନ । ପାକ୍‌ ବୈଦେଶିକ ମନ୍ତ୍ରୀ ଇଶାକ ଦର ଚୀନ ବୈଦେଶୀକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା,ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଏକପାଖିଆବାଦ ଏବଂ ହେଜମୋନିକ୍ ନୀତିକୁ ମିଳିତ ଭାବରେ ବିରୋଧ କରିବା ପାଇଁ ପାକିସ୍ତାନ ଏବଂ ଚୀନ୍ ଦୃଢ ସଂକଳ୍ପକୁ ଦୋହରାଇଛନ୍ତି। ରେଡିଓ ପାକିସ୍ତାନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବାର୍ତ୍ତାଳାପ ସମୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ଅଞ୍ଚଳର ସାମ୍ପ୍ରତିକ ଆଞ୍ଚଳିକ ପରିସ୍ଥିତି ସମ୍ପର୍କରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ପାକ୍‌ ବୈଦେଶିକ ମନ୍ତ୍ରୀ । ଚୀନ୍‌ର ନିରନ୍ତର ତଥା ଅତୁଟ ସମର୍ଥନ ପାଇଁ ପ୍ରଶଂସା କରି ପାକିସ୍ତାନ-ଚୀନ୍ ବନ୍ଧୁତା ପାଇଁ ପାକିସ୍ତାନର ଦୃଢ ପ୍ରତିବଦ୍ଧତା ଏବଂ ସର୍ବମୌସମ ରଣନୀତି ସହଯୋଗୀ ସହଭାଗୀତାର ସହଭାଗୀ ଦୃଷ୍ଟିକୋଣକୁ ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଶାନ୍ତି, ନିରାପତ୍ତା ଏବଂ ନିରନ୍ତର ବିକାଶର ସହଭାଗୀ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ସବୁ ସ୍ତରରେ ଘନିଷ୍ଠ ଯୋଗାଯୋଗ ଏବଂ ରକ୍ଷା କରିବାକୁ ସହମତ ହୋଇଥିଲେ। ବିଦେଶୀ ଗଣମାଧ୍ୟମର ପ୍ରତିନିଧୀଙ୍କ ସହ କଥାବାର୍ତ୍ତା କରି ପାକିସ୍ତାନ ସୂଚନା ମନ୍ତ୍ରୀ ଅଟ୍ଟୁଲ୍ଲା ତାରାର କହିଛନ୍ତି ଯେ, ପାକିସ୍ତାନ ଭାରତର କୌଣସିବି ଦୁଃସାହାସିକ କାର୍ଯ୍ୟକୁ ଜବାବଦେବାକୁ ପ୍ରସ୍ତୁତ ।ଭାରତ ଆମର କଥାକୁ ଦୁର୍ବଳ ଭାବିବା ଉଚିତ ନୁହଁ । ପାକିସ୍ତାନ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଛି । ଯାହା ଦର୍ଶାଉଛି “ଆମର ହାତ ପରିଷ୍କାର” । ଆତଙ୍କବାଦ ବିରୋଧରେ ପାକିସ୍ତାନର ଯୁଦ୍ଧ ଜାରି ରହିବ ।

ଅନ୍ୟପଟେ ସିନ୍ଧୁ ଜଳ ଚୁକ୍ତିକୁ ଭାର ସ୍ଥଗିତ ରଖିବା ପରେ ଗତକାଲି ଝେଲମ ନଦୀରୁ ପାଣି ଛଡିଦିଆଯାଇଛି । ଯାହା ଫଳରେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପିଓକେରେ କିଛି ଗ୍ରାମ ପାଣି ଘେରକୁ ଚାଲିଯାଇଛି । ପାକିସ୍ତାନକୁ ଅବଗତ ନକରି ଭାରତ ଏପରି କରିଥିବା ଅଭିଯୋଗ ହୋଇଛି । ମୁଜାଫରରେ ପାଣି ମାଡି ଯାଇଥିବାରୁ ଜୁରୁରୀକାଳୀନ ପରିସ୍ଥିତିଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here