(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା। ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଟସ୍ ଜିତିଲା ଭାରତ । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟିମ୍ । ସେହିପରି ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ଦଳ।୧୨ବର୍ଷ ପୂର୍ବେ ବିଶ୍ୱକପ ଜିତିଥିଲା ଭାରତ। ଚଳିତ ବର୍ଷ ଏହାର ପୁନରାବୃତ୍ତି କରିବାର ସୁଯୋଗ । ହେଲେ ଏହି ନକ୍-ଆଉଟ ମୁକାବିଲାରେ ରୋହିତ ବାହିନୀ ଆଗରେ କିୱି ଚ୍ୟାଲେଞ୍ଜ । ଗତ ବିଶ୍ୱକପ ଅର୍ଥାତ ୨୦୧୯ରେ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ ଦଳ। ଆଉ ସେଥର ବି ପ୍ରତିଦ୍ୱନ୍ଦୀ ଥିଲା ସେହି ନ୍ୟୁଜିଲାଣ୍ଡ ଟିମ୍। କିନ୍ତୁ ଏବେ ସେହି ପରାଜୟର ପ୍ରତିଶୋଧ ନେଇ କପ ହାତେଇବାର ଆହୁର ନିକଟତର ହେବ ରୋହିତ ଏଣ୍ଡ କୋ । ୪ ବର୍ଷ ପରେ ଏହାର ପ୍ରତିଶୋଧ ନେଇ ଫାଇନାଲକୁ ଯିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପରେ ଲଗାତର ୯ଟି ମ୍ୟାଚ ଜିତି ଅପରାଜେୟ ରହିଛି ଟିମ ଇଣ୍ଡିଆ। ସେମିରେ ଭେଟିବାକୁ ଥିବା ନ୍ୟୁଜିଲାଣ୍ଡକୁ ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରି ସାରିଛି । କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାୟ ଆୟର ସହ ୱିକେଟ ରକ୍ଷକ କେ. ଏଲ ରାହୁଲ ସବୁଠାରୁ ଭଲ ଫର୍ମରେ ଅଛନ୍ତି । ଓପନିଂ ଶୁବମନ ଗିଲ ମଧ୍ୟ ନେଦରଲ୍ୟାଣ୍ଡ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।