ଭାରତର ଲଢୁଆ ଜାହାଜ INS

0

ଛତ୍ରପୁର ( ବିପ୍ଲବୀ ପରିକ୍ରମା ) :- ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ନିଆରା କଳାକୃତି । ୧୫୦୦ ଗଛରେ ନିର୍ମାଣ କରିଛନ୍ତି ୩୦ ଫୁଟର ଭାରତର ଲଢ଼ୁଆ ଜାହାଜ ଆଇଏନଏସ ବିକ୍ରାନ୍ତ । ଅଦରକାରୀ ଇଞ୍ଜିନ ଓଏଲ ଡ଼ାବା, ଟାୟାର, ଗାଡ଼ିର କ୍ରାଙ୍କ ସହ ଅନ୍ୟାନ୍ୟ ଅଦରକାରୀ ଲୁହାରେ ଏହି ଜାହାଜ ନିର୍ମାଣ କରିଛନ୍ତି ଛାତ୍ରଛାତ୍ରୀ । ଏହି ଜାହାଜରେ ଲାଗିଛି ପାଞ୍ଚ ପ୍ରକାରର ଭଳିକି ଭଳି ଔଷଧିୟ ଗଛ । ଯାହାକି କେବଳ ସୁସ୍ଥ ପରିବେଶ ପାଇଁ ଉପଯୋଗୀ ତାହା ନୁହେଁ ବରଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଅସମୟରେ ମଧ୍ୟ କାମରେ ଲାଗିବ । ଏହି ଜାହାଜକୁ ନିର୍ମାଣ କରିବା ନିମନ୍ତେ ଆଇଟିଆଇର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ବର୍ଷ ରେ ନିର୍ମାଣ କରିଛନ୍ତି l

୧୫୦୦ ଗଛରେ ନିର୍ମିତ ହୋଇଛି ଭାରତର ଲଢ଼ୁଆ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ । କେବଳ ଗଛ ନୁହେଁ ବରଂ ଅଦରକାରୀ ଲୁହା ସାମଗ୍ରୀ, ପ୍ଲାଷ୍ଟିକ ଡ଼ବା ଓ ଟାୟାରକୁ ବ୍ୟବହାର କରି ଏହି ଆଇଏନଏସ ବିକ୍ରାନ୍ତ ନିର୍ମିତ ହୋଇଛି । ଆଉ ଏହାକୁ ନିର୍ମାଣ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ମାନେ । ଆଇଏନଏସ ବିକ୍ରାନ୍ତ ଜାହାଜକୁ ଦେଖି ଏଭଳି ଏକ ଜାହାଜ ବିଭିନ୍ନ ଅଦରକାରୀ ସାମଗ୍ରୀରେ ନିର୍ମାଣ କରିବା ନିମନ୍ତେ ଆଇଟିଆଇର ଅଧ୍ୟକ୍ଷ ମନସ୍ତ କରିଥିଲେ । ସେହିକ୍ରମାରେ ଏକ ମୋଡ଼େଲ ତିଆରି କରିଥିଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ । ସେହି ମୋଡ଼େଲ ପ୍ରକାରରେ ନିର୍ମିତ ହୋଇଛି ଜାହାଜ ଆଇଏନଏସ ବିକ୍ରାନ୍ତ । ଏହି ଜହାଜରେ ପ୍ରାୟ ୧୫୦୦ ରୁ ଅଧିକ ଇଞ୍ଜିନ ଓଏଲର ଡ଼ାବା, ଟାୟାର, ବିଭିନ୍ନ ଔଷଧିୟ ଗଛ, ଟାୟାର, ଗାଡ଼ିର କ୍ରାଙ୍କ ସହ ଅନ୍ୟ କିଛି ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରାଯାଇଛି । ଆଇଟିଆଇର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ପ୍ରାୟ ଏକ ବର୍ଷ ସମୟ ମଧ୍ୟରେ ଏହାକୁ ନିର୍ମିତ କରିଛନ୍ତି । ଏଥିରେ ବ୍ୟବହୃତ ହୋଇଥିବା ଇଞ୍ଜିନି ଓଏଲର ପ୍ଲାଷ୍ଟିକ ଡ଼ବା, ଟାୟାର ଦ୍ବାରା ହେଉଥିବା ପରିବେଶ ପ୍ରଦୂଷଣରୁ କିଭଳି ରୋକାଯାଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଇବ । ସେହିପରି ଜାହାଜରେ ରହିଥିବା ୫ଟି ଔଷଧିୟ ଗଛ ଗୁଡ଼ିକ କିଭଳି ଭାବେ ଲୋକେ ଗଛରୁ ବହୁ ଉପକାର ପାଇବେ ସେ ନେଇ ବାର୍ତ୍ତା ଦେବା ସହିତ ବର୍ତ୍ତମାନ ସମୟରେ ଗଛ ଲୋକଙ୍କ ପାଇଁ କେତେ ଜରୁରୀ ସେ ନେଇ ଲୋକଙ୍କୁ ଜାହାଜ ସଚେତନ କରାଉଛି । ତେଣୁ ଏଭଳି କଳାକୃତି କରି ପ୍ରାକ୍ଟିକାଲ ଜ୍ଞାନ ବଢ଼ିବା ସହ ବହୁ ନୂଆ ତଥ୍ୟ ଶିକ୍ଷା ମିଳିଥିବା କହିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ l

ଏହି ଆଇଏନଏସ ବିକ୍ରାନ୍ତର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଲମ୍ବ ୭୦ ଫୁଟ ଓ ଓସାର ହେଉଛି ୧୦ ଫୁଟ । ଯେହେତୁ ଛତ୍ରପୁର ଆଇଟିଆଇ ଏକ ପାହାଡ଼ ଉପରେ ନିର୍ମିତ ହୋଇଛି ତେଣୁ ଏହି ଅଞ୍ଚଳରେ ଅଧିକ ଗରମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏଭଳି ଜାହାଜରେ ୧୫୦୦ ଗଛକୁ ଲଗାଯାଇ ଏକ ଭାର୍ଟିକାଲ ଗାର୍ଡ଼େନ ନିର୍ମାଣ କରାଯାଇଛି । ଯାହାକି ଆଇଟିଆଇର ସମ୍ପୂର୍ଣ୍ଣ ପରିବେଶକୁ ଥଣ୍ଡା ସହ ପ୍ରଦୂଷଣକୁ ରୋକିବାରେ ସହାୟକ ହୋଇପାରିବ । ଏହାଛଡ଼ା ଜାହାଜରେ ଲଗାଯାଇଥିବା ଗଛ ଗୁଡ଼ିକର ମଧ୍ୟ ଯତ୍ନ ନିଆଯାଉଛି । ପ୍ରତିଦିନ ଗଛରେ ପାଣି ଦେବା ସହିତ ଗଛ ଗୁଡ଼ିକରେ ଆୟୁଷ କିଭଳି ବଢ଼ିପାରିବ ସେ ନେଇ ଧ୍ୟାନ ଦିଆଯାଉଛି । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନିର୍ମିତ ହୋଇଥିବା ଏହି ଜାହାଜ ନିଆରା ରହିବା ସହ ଅନେକ ସଚେତନତାର ବାର୍ତ୍ତା ଦେଉଛି ତେଣୁ ଏହା ବିଭିନ୍ନ ରେକର୍ଡ଼ରେ ସାମିଲ ହେବ ବୋଲି ଆଶା ରଖାଯାଇଥିବା କହିଛନ୍ତି ଆଇଟିଆଇର ଶିକ୍ଷକ l

ପୂର୍ବରୁ ଆଇଟିଆର ଛାତ୍ରଛାତ୍ରୀ ମାନେ ଅଦରକାରୀ ଲୁହା ସାମଗ୍ରୀରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଡ଼ାକୋଟା ବିମାନ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ବର୍ତ୍ତମାନ ଏଭଳି ନିଆରା ଲଢ଼ୁଆ ଜାହାଜ ଆଇଏନଏସ ବିକ୍ରାନ୍ତ ନିର୍ମାଣ କରିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here